ମଇ ୨ରେ ସୁନ୍ଦରଗଡ଼ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ

add-all

ସୁନ୍ଦରଗଡ଼ (୦୧/୦୫) : ମଇ ୨ ତାରିଖରେ (ସୋମବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଭବନଠାରେ ପୂର୍ବାହ୍ନ ୯ ଘଟିକା ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ ଙ୍କ ସହିତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିବେ।
ଏହି ଯୁଗ୍ମ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜନସାଧାରଣ ଉପସ୍ଥିତ ରହି ସେମାନଙ୍କର ସମସ୍ୟା, ଅଭିଯୋଗ ଆଦି ଉପସ୍ଥାପନ କରିବା ସହିତ ଜିଲ୍ଲା ରେ ଚାଲିଥିବା ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ରଖିପାରିବେ। ସେହିପରି ମଇ ୯ ତାରିଖରେ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ସମ୍ମିଳନୀ କକ୍ଷ ଠାରେ ପୂର୍ବାହ୍ନ ୯ ଘଟିକା ସମୟରେ ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ।

ad-week
Leave A Reply

Your email address will not be published.