ସାକାର ହେବାକୁ ଯାଉଛି କନ୍ଧମାଳ ପିପୁଲସ ଫୋରମର ସ୍ଵପ୍ନ

add-all

ଫୁଲବାଣୀ : ସାକାର ହେବାକୁ ଯାଉଛି କନ୍ଧମାଳ ପିପୁଲସ ଫୋରମର ସ୍ଵପ୍ନ । ସଂଯୋଗ ହେବାକୁ ଯାଉଛି ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳ ଲାଇନ। ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳଲାଇନ ପାଇଁ ରେଳ ବିଭାଗ ଏବଂ ରାଜ୍ଯ ସରକାରଙ୍କର ମିଳିତ ସହଭାଗିତାରେ ୨୪ କୋଟି ୯୯ ଲକ୍ଷ ଟଙ୍କା ଓଡିଶା ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ ଲିମିଟେଡକୁ ରେଳ ନିର୍ମାଣର ପ୍ରାଥମିକ କାର୍ଯ୍ୟ ପାଇଁ ପ୍ରଦାନ କରାଯାଇଥିବା ନେଇ ରେଳ ବୋର୍ଡର ନିର୍ଦ୍ଦେଶକ ଶ୍ରି ଡିକେ ମିଶ୍ର ସ୍ଵତନ୍ତ୍ର ଭାବରେ କନ୍ଧମାଳ ପିପୁଲ ଫୋରମ୍ ସଭାପତି ରାଧାମୋହନ ମହାପାତ୍ରଙ୍କୁ ଏକ ପତ୍ର (୨୦୨୨- ଜେଭି /ସିପି ୧୧୧ ମାଇଏସ଼ସି ) ମାଧ୍ୟମରେ ଜଣାଇଛନ୍ତି । ଏକ ଯୁଗ୍ମ ମୁଳଧନ ରେଳ ମନ୍ତ୍ରଣାଳୟ ପକ୍ଷରୁ ୫୧ ପ୍ରତିଶତ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୪୯ ପ୍ରତିଶତ ଅନୁମୋଦନ ଦ୍ଵାରା ରେଳ ଲାଇନ ନିର୍ମାଣ ପାଇଁ ପ୍ରାଥମିକ ଇନଫ୍ରାଷ୍ଟ୍ରକଚର ନିମନ୍ତେ ବ୍ୟବସ୍ଥା କରାଯାଇଛି ଏବଂ ରେଳ ବୋର୍ଡ ପକ୍ଷରୁ ମଞ୍ଜୁର କରାଯାଇଛି । କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ରେଳ ବୋର୍ଡ ନିର୍ଦ୍ଦେଶକଙ୍କ ଦ୍ୱାରା ସମ୍ପୂର୍ଣ୍ଣ ପ୍ରୋଜେକ୍ଟ ରିପୋର୍ଟ ଚୁଡାନ୍ତ ଅନୁମୋଦନ ହୋଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କନ୍ଧମାଳ ଜିଲ୍ଲାକୁ ରେଳ ସଂଯୋଗ ପାଇଁ ପୂର୍ବରୁ ଅହରହ ସଂଗ୍ରାମ କରି ଆସୁଥିଲେ କନ୍ଧମାଳ ପିପୁଲ ଫୋରମ୍ ସଭାପତି ରାଧାମୋହନ ମହାପାତ୍ର ଏନେଇ ପୂର୍ବରୁ ଅନେକ ଥର ଧାରଣା ଦେବା ସହ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ପାଖରେ ଦାବୀ ଉପସ୍ଥାପନ କରି ଆସୁଥିଲେ । ଏମିତିକି ବରମ୍ବାର ରାଜଧାନୀ ଦିଲ୍ଲୀ ଯାଇ ରେଳ ବିଭାଗ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ଥିଲେ । ଆଉ ଆଜି ତାଙ୍କର ଏ ସ୍ଵପ୍ନ ବାସ୍ତବ ରୂପ ପାଇଥିବାରୁ ନିଜକୁ ବହୁତ ଧନ୍ୟ ମନେ କରୁଛନ୍ତି । ତାସହ କନ୍ଧମାଳ ପିପୁଲ ଫୋରମ୍ ର ବିଜୟ ପାଇଁ ସାରା ରାଜ୍ୟରୁ ଶୁଭେଚ୍ଛାର ବାର୍ତ୍ତା ମଧ୍ୟ ଆସୁଛି ।

ad-week
Leave A Reply

Your email address will not be published.