ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର…

add-all

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସଭା ଗୃହରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସି ୪୮ ଜଣଙ୍କର ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା, ସେଠି ମଧ୍ୟରୁ ଚାରି ଗୋଟି ଗୋଷ୍ଠୀ ଗତ ହୋଇଥିବା ବେଳେ ବଳକା ବ୍ୟକ୍ତିଗତ ଅଭିଯୋଗ ଥିଲା। ସେଥିମଧ୍ୟରୁ ଜମିଜମା, ବାର୍ଦ୍ଧକ୍ୟ ଭତ୍ତା, ପୋଖରୀ ପୁନଃଉଦ୍ଧାର,ପଡି କାର୍ଡ, ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟ ଓ ହଷ୍ଟେଲ ରେ ନାମ ଲେଖା ଏବଂ ନିଯୁକ୍ତି ଇତ୍ୟାଦି ସଂକ୍ରାନ୍ତୀୟ ଅଭିଯୋଗ ର ଶୁଣାଣି ହୋଇଥିଲା।ସମସ୍ତ ଅଭିଯୋଗ କାରୀଙ୍କ ଅଭିଯୋଗ କୁ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଶୁଣିବା ସହିତ ଏହାର ତୁରନ୍ତ ଆଶୁ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ।ଏଥିରେ ଜିଲ୍ଲାପାଳ ଙ୍କ ବ୍ୟତୀତ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ପ୍ରକଳ୍ପ ନିର୍ଦେଶକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ରତ୍ନାକର ସାହୁ, ଉପ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଜୟ କୃଷ୍ଣ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ କାଳି ପ୍ରସାଦ ବେହେରା ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.