
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ ଦ୍ୱାରା ଗଞ୍ଜେଇ ଚୋରା ଚାଲାଣ କାରୀଙ୍କୁ ଧରିବା ପ୍ରୟାସ ଜାରି ରହିଥିବା ବେଳେ l ପୁଣି ଏକ ଗଞ୍ଜେଇ ଚୋରା ଚାଲାଣ କାରୀଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି କାଲିମେଳା ପୋଲିସ l ବୋଲେରୋ ଗାଡିରେ ନକଲି ନମ୍ବର୍ ପ୍ଲେଟ୍ ଲଗାଇ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ଶହ ସେମାନଙ୍କ ଠାରୁ ୩ କୁଇଣ୍ଟାଲ ୨୩ କେଜି ଗଞ୍ଜେଇ ସହ ଗୋଟିଏ ମୋଟରସାଇକଲ୍ ଓ ବୋଲେରୋ ଗାଡିକୁ ଜବତ କରାଯାଇଛି l ସୂଚନା ନେବାରୁ ଜଣା ପଡିଛି ଯେ କାଲିମେଳା ଥାନା ଅଧିକାରୀ ରଘୁନାଥ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଥାନା ସବଇନ୍ସପେକ୍ଟର ଦିନଚର୍ଯ୍ୟା ଶୁନାନି ଏଏସଆଇ ହରି ଖରା ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ପ୍ରତ୍ୟକ ଦିନ ଭଳି ଗତକାଲି ସନ୍ଧ୍ଯା ୬ଟା ସମୟରେ ଥାନା ଅଞ୍ଚଳରେ ଏମଭି ଯାଞ୍ଚ ଓ ପେଟ୍ରୋଲିଂ କରୁଥିବା ସମୟରେ ଏମ ଭି ୬୬ ଓ ଭେଜାଙ୍ଗିୱାଡ଼ା ରାସ୍ତାର ନିକଟରୁ ୫ ସହ ମିଟର ଦୁରରେ ଗୋଟିଏ ବୋଲେରୋ ଅନ୍ତରାଜ୍ଯ ନମ୍ଵର୍ ଥିବା ଗାଡ଼ି ଆସୁଥିବା ଦେଖି ପୋଲିସ କର୍ମଚାରୀ ମାନେ ଗାଡିଟିକୁ ଅଟକାଇ ଯାଞ୍ଚ କରିଥିଲେ l ଯାଞ୍ଚ ବେଳେ ବୋଲେରୋ ଗାଡ଼ି ଭିତରେ ମୋଟ ୧୧ଟି ବସ୍ତାରେ ଗଞ୍ଜେଇ ରହିଥିବା ଦେଖିବାକୁ ମିଳିଥିଲା l ପରେ ପୋଲିସ କର୍ମଚାରୀ ମାନେ ସେ ଗୁଡିକ ଓଜନ କରିବା ପରେ ମୋଟ ୩୨୩ କେଜି ଗଞ୍ଜେଇ ବାହାରିଥିଲା l ଏଥିସହ ବୋଲେରୋ ରେ ବସିଥିବା ୨ ଅଭିଯୁକ୍ତ ଆନ୍ଧ୍ରର ରାଜ୍ୟ ୱେଷ୍ଟ ଗୋଦାବରୀ ଜିଲ୍ଲାର ରୁଦ୍ରମ ସତିସ (18) ଅନ୍ୟ ଜଣେ ତେଲେଙ୍ଗାନା ରାଜ୍ୟର ପି ଭରତ (21) ନାମକ ଦୁଇ ଯୁବକକୁ ଅଟକ ରଖି ପଚରାଉଚରା କରି ତଦନ୍ତ ଜାରି ରଖିଥିଲା ପୋଲିସ l ତେବେ ଏହି ତଦନ୍ତ ସମୟରେ ବୋଲେରୋ ଗାଡିରେ ଲାଗିଥିବା ନମ୍ଵର ନକଲି ବଲି ପୋଲିସ ଜାଣିବାକୁ ପାଇଥିଲା l ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଡାକ୍ତରୀ ମାଇନା ପରେ ରବିବାର କୋର୍ଟ ଚାଲାଣ କରାଯାଇଛି l ଘଟଣା ସ୍ଥଳରେ ବୋଲେରୋ ପଛରେ ଅନ୍ୟ ଏକ ବାଇକ୍ ଆସୁଥିବା ବେଳେ ପୋଲିସକୁ ଦେଖି ଅଭିଯୁକ୍ତ ମାନେ ଘଟଣା ସ୍ଥଳରେ ମୋଟରସାଇକଲ୍ ଛାଡି ଫେରାର ହୋଇଥିବା ପୋଲିସ କହିଛନ୍ତି lଉକ୍ତ ମୋଟରସାଇକଲ୍ କୁ ମଧ୍ୟ ଜବତ କରାଯାଇଛି l ତେବେ ଗିରଫ ଅଭିଯୁକ୍ତ ମାନେ ଏହି ଗଞ୍ଜେଇ ଗୁଡିକ ଭେଜାଙ୍ଗୀବଡ଼ା ଅଂଚଳରୁ ହାଇଦ୍ରାବାଦକୁ ଚାଲାଣ କରୁଥିବା ସେମାନେ ପୋଲିସ ନିକଟରେ ସ୍ୱୀକାର କହିଛନ୍ତି l ଏହି ଗଞ୍ଜେଇ ଗୁଡିକର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବଲି ଅନୁମାନ କରାଯାଉଛି lଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତି ଅଛନ୍ତି କି ନାହିଁ ସେ ନେଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି l ଏହି ଘଟଣା ରେ ଥାନା ଇନ୍ସପେକ୍ଟର ସଞ୍ଜୟ କୁମାର ବଡସେଠୀ ତଦନ୍ତ କରୁଥିବା ସୂଚନା ମିଳିଛି l ସୂଚନା ଅନୁଯାଇ ଏହା ପୂର୍ବରୁ କାଲିମେଳା ପୋଲିସ ଲାଗାତର ବିଭିନ୍ନ ସ୍ଥାନରେ ଚଢାଉ କରି ପ୍ରାୟ 20 ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସାରିଥିବା ବେଳେ ଏହି ଅଭିଯାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l