ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ବିଏମସିର ଆଗୁଆ ପ୍ରସ୍ତୁତି

add-all

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ବିଏମସିର ଆଗୁଆ ପ୍ରସ୍ତୁତି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ସମୀକ୍ଷା ବୈଠକ ଆୟୋଜିତ ହୋଇଛି। ଏଥିରେ ସବୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସୂଚନା ଅନୁଯାୟୀ, ବାତ୍ୟା ଆସିଲେ କିପରି ମୁକାବିଲା କରାଯିବ ସେନେଇ ଟିକିନିଖି ଆଲୋଚନା କରାଯାଇଛି। ତଳିଆ ଲୋକଙ୍କୁ ସ୍ଥାନାନ୍ତର ବସ୍ତି ଲୋକଙ୍କୁ ସୁରକ୍ଷା, ଶୁଖିଲା ଓ ରନ୍ଧା ଖାଦ୍ୟ କିପରି ତୁରନ୍ତ ଯୋଗାଇ ଦିଆଯିବ ସେନେଇ ଆଲୋଚନା ହୋଇଛି।

ବାତ୍ୟା ପରେ ତୁରନ୍ତ ରାସ୍ତା ସଫା କରିବାକୁ ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି।

ଅପରପକ୍ଷରେ ଦିନକ ପରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଯାହା ପରବର୍ତ୍ତୀ ୨୪ ଘଣ୍ଟାରେ ଲଘୁଚାପରେ ପରିଣତ ହେବ। ପରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଥିବା ନେଇ ପ୍ରକାଶ କରିଛନ୍ତି ପାଣିପାଗ ବିଜ୍ଞାନୀ। ତେବେ ବାତ୍ୟାର ସ୍ଥିତି କଣ ରହିବ, କେଉଁଠି ଲ୍ୟାଣ୍ଡଫଲ କରିବ ଏବଂ ଏହାର ତୀବ୍ରତା କେତେ ରହିବ ସେନେଇ କ’ଣ କହୁଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

ad-week
Leave A Reply

Your email address will not be published.