ଭଉଣୀ ଘରେ କଳାକନା ବୁଲାଇ ଗିରଫ ହେଲା ଭାଇ

add-all

ଭୁବନେଶ୍ୱର ୦୨/୦୫: ଭଉଣୀ ଘରେ କଳାକନା ବୁଲାଇଲା ଗିରଫ ହେଲା ଭାଇ। ଭଉଣୀ ଘରକୁ ଆସି ୩୦ ହଜାର ଟଙ୍କା ସହ ସ୍କୁଟି ଚୋରି ଲୁଟି ଚମ୍ପଟ ମାରିଥିଲା। ପରେ ଭାଉଣୀ ଏକଥା ଜାଣିପାରି ଚନ୍ଦ୍ରଶେଖରପୁର ଥାନାଲେ ଅଭିଯୋଗ କରିଥିଲା। ଚନ୍ଦ୍ରଶେଖରପୁର ମାମଲା ରୁଜୁ କରିବା ପରେ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ରଞ୍ଜିତ ବିଶ୍ବାଳକୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢ଼ଉ କରିଥିଲା ପୋଲିସ।

ଶେଷରେ ତିର୍ତ୍ତୋଲରୁ ରଞ୍ଜିତକୁ ଗିରଫ କରିବାରେ ସଫଳ ହେଲା ପୋଲିସ। ତାଙ୍କ ନିକଟରୁ ସ୍କୁଟ ଓ ଟଙ୍କା ଜବତ କରାଯାଇଛି। ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

ad-week
Leave A Reply

Your email address will not be published.