୧୯ ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ୨.୪୦ କୋଟି ମଞ୍ଜୁର

add-all

ଭୁବନେଶ୍ୱର:’ମୋ କଲେଜ’ ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ସହିତ ୧୮ ମହାବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ନିର୍ମାଣ ଲାଗି ରାଜ୍ୟ ସରକାର ୨ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି।

ଅଭିଯାନରେ ପ୍ରଥମ ପର୍ଯ୍ୟାୟ ୨୦୨୧ ଅକ୍ଟୋବରରେ ୧୨ ମହାବିଦ୍ୟାଳୟ ଏବଂ ୨ ବିଶ୍ୱବିଦ୍ୟାଳୟ ପାଇଁ ଆର୍ଥିକ ଅନୁଦାନ ମିଳିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୧୯ ଉଚ୍ଚଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଛି। ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ବର୍ତ୍ତମାନ ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କର କିପରି ବୌଦ୍ଧିକ ବିକାଶ ହୋଇପାରିବ ସେ ଦିଗରେ ଉଦ୍ୟମ କରାଯାଉଛି ବୋଲି ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ କହିଛନ୍ତି। ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକର ବିଭିନ୍ନ ଭିତ୍ତିଭୂମି ନିର୍ମାଣ କରାଯିବା ସହିତ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ ଏବଂ କଲେଜର ସୌନ୍ଦର୍ଯ୍ୟକରଣ କାମ ହାତକୁ ନିଆଯାଇଛି। ଏହାସହିତ ଛାତ୍ରୀଛାତ୍ରଙ୍କ ଫିଟନେସ୍‌ ପାଇଁ ରହିଥିବା ଅତ୍ୟାଧୁନିକ ଜିମ୍‌ର ନବୀକରଣ କରାଯିବ। ପାନୀୟ ଜଳ ଏବଂ ସ୍ବଚ୍ଛ ଶୌଚାଳୟ ନିର୍ମାଣ ଲାଗି ପଦକ୍ଷେପ ନିଆଯିବ।

ad-week
Leave A Reply

Your email address will not be published.