ବରିଷ୍ଠ ବିଜେପି ନେତା ବିଜୟ ପ୍ରଧାନଙ୍କ ପରଲୋକ

add-all

କେନ୍ଦ୍ରାପଡ଼ା: : କେନ୍ଦ୍ରାପଡା ବରିଷ୍ଠ ବିଜେପି ନେତା ବିଜୟ ପ୍ରଧାନଙ୍କ ପରଲୋକ। ହୃଦ୍ଘାତ ଯୋଗୁଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ୭୦ ବର୍ଷ ବୟସରେ ପରଲୋକ ଘଟିଛି। ମହାକାଳପଡ଼ାରୁ ବିଜେପିର ବିଧାୟକ ପ୍ରାର୍ଥୀ ଥିଲେ ବିଜୟ ପ୍ରଧାନ।ବରିଷ୍ଠ ବିଜେପି ନେତା ବିଜୟ ପ୍ରଧାନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

କେନ୍ଦ୍ରାପଡ଼ା ମାଟିର ଲଢ଼ୁଆ ନେତା, ଜଣେ ଦୃଢ଼ ସମର୍ଥକ ତଥା ଘନିଷ୍ଠ ସହଯୋଗୀଙ୍କ ଦେହାନ୍ତ ଯୋଗୁଁ ସେ ମର୍ମାହତ ବୋଲି ଟ୍ୱିଟ୍ କରିଛନ୍ତି। ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି। ଗତକାଲି ହୃଦଘାତରେ ବିଜୟ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ad-week
Leave A Reply

Your email address will not be published.