ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ହକି ଖେଳାଳି ମୃତ, ୨ ଜଣ ଆହତ

add-all

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତ ଗରିଆମାଲ ଗ୍ରାମରେ ଆଜି ସକାଳ ପ୍ରାୟ ୭.୩୦ ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ହକି ଖେଳାଳିଙ୍କ ଜୀବନ ଯାଇଛି। ଅନ୍ୟ ଦୁଇ ଯୁବକ ସାମାନ୍ୟ ଆହତ ହୋଇଛନ୍ତି। ପ୍ରାଣ ହରାଇଥିବା ଦୁଇ ଖେଳାଳି ହେଲେ ଅଲଣ୍ଡା ପଞ୍ଚାୟତର ୧୭ ବର୍ଷୀୟ ସଜଳ ଏକ୍କା ଓ ଝଗରପୁରର ୧୫ ବର୍ଷୀୟ ବୀରେନ୍ଦ୍ର କୁଜୁର।

ଦୁଇ ଖେଳାଳି ସକାଳେ ପଡ଼ିଆରେ ହକି ଅଭ୍ୟାସ କରି ଫେରିବା ସମୟରେ ବାଟରେ ଛିଣ୍ଡି ପଡ଼ିଥିବା ଏକ ବିଦ୍ୟୁତ ତାରକୁ ଟେକି ହଟେଇବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବାରୁ ଦୁହେଁ ଝଟକା ଖାଇ ପଡ଼ି ଯାଇଥିଲେ। ଅନ୍ୟ ଦୁଇ ଯୁବକ ଏମାନଙ୍କୁ ଉଦ୍ଧାର କରିବାକୁ ଆସି ଆହତ ହୋଇଥିଲେ। ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ରାଜଗାଙ୍ଗପୁର ସରକାରୀ ହସ୍ପିଟାଲ ଅଣାଯାଇଥିଲା । ସେଠାରେ ଡାକ୍ତର ଦୁଇ ଯୁବ ଖେଳାଳିଙ୍କୁ ମୃତ ଘୋଷିତ କରିଥିଲେ। ଅନ୍ୟ ଦୁଇ ଜଣକୁ ପ୍ରାଥମିକ ଉପଚାର କରି ଘରକୁ ପଠାଇ ଦିଆଯାଇଛି। ପୁଲିସ ହସ୍ପିଟାଲରେ ପହଁଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.