କୋଭିଡ ନିର୍ଦେଶନାମାକୁ କଡ଼ାକଡ଼ି ପାଳନ କରାଯାଉଛି: ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ

add-all

ଭୁବନେଶ୍ବର: କୋଭିଡକୁ ନେଇ ସ୍ୱାସ୍ଥ୍ୟ ବିଭାଗର ନିର୍ଦେଶନାମାକୁ ବିମାନବନ୍ଦରରେ କଡ଼ାକଡ଼ି ଭାବରେ ପାଳନ କରାଯାଉଛି ବୋଲି ଭୁବନେଶ୍ବର ବିମାନବନ୍ଦରର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯାହା ଗାଇଡଲାଇନ ଦିଆଯାଇଛି ସେ ଅନୁସାରେ ପୂର୍ବରୁ କଟକଣା ପାଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ପୂର୍ବରୁ ନିୟମ ଅନୁପାଳନ ପାଇଁ କୁହାଯାଇଛି।

ଭୁବନେଶ୍ବର ବିମାନବନ୍ଦରର ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି, କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଉଛି। ସମସ୍ତ ଯାତ୍ରୀ, ବିମାନବନ୍ଦର କର୍ମଚାରୀ ଓ ସୁରକ୍ଷା ଏଜେନ୍ସିର କର୍ମଚାରୀଙ୍କୁ ମାକ୍ସ ପିନ୍ଧିବା ପାଇଁ ନିର୍ଦେଶ ଦିଆଯାଇଛି। ଯଦି ଏଥିରେ କୌଣସି ଖିଲାପି ହୁଏ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହେବ। ଗାଇଡ ଲାଇନ ଅନୁସାରେ ସମସ୍ତଙ୍କୁ ଆଲର୍ଟ ରଖାଯାଇଛି। ଦେଶର ବିଭିନ୍ନ ଅଞ୍ଚଳରୁ ଭୁବନେଶ୍ୱର ବିମାନବନ୍ଦରକୁ ଆସୁଥିବା ଯାତ୍ରୀଙ୍କ ଉପରେ କଟକଣା ଲାଗିବ। ବିମାନରେ ଏବଂ ବିମାନବନ୍ଦରରେ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ।

ad-week
Leave A Reply

Your email address will not be published.