ମନ୍ଦିରରେ ଲାଉଡସ୍ପିକର ବଜାଇବାରୁ ପିଟିପିଟି ହତ୍ୟା, ୬ ଗିରଫ

add-all

ଅହମ୍ମଦାବାଦ: ଦେଶରେ ଲାଉଡସ୍ପିକରକୁ ନେଇ ବିବାଦ ଲାଗି ରହିଛି। ମସଜିଦ ଗୁଡିକରୁ ଲାଉଡସ୍ପିକର ହଟାଇବାକୁ ନେଇ ଦାବି ହେଉଛି। ଏହାରି ଭିତରେ ଗୁଜରାଟ ମେହସଣାରୁ ଏକ ହୃଦୟକ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାକାର ଜଣେ ବ୍ୟକ୍ତିଙ୍କୁ ମନ୍ଦିରରେ ଲାଉଡସ୍ପିକର ବଜାଇବାରୁ ଅତି ଦୟନୀୟ ଭାବେ ପିଟି ପିଟି ହତ୍ୟା କରାଯାଇଛି। ଏହି ମାମଲାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି।
ବୁଧବାର ସନ୍ଧ୍ୟା ୭ଟା। ଜୋତନା ତାଲୁକାର ଲକ୍ଷ୍ମୀପୁର ଗାଁ। ଏଠାକାର ୪୦ ବର୍ଷୀୟ ଜଶବନ୍ତ ଜୀ ଠାକୋର ଶ୍ରମିକ ଭାବେ କାମ କରନ୍ତି। ସେ ନିଜ ଘର ନିକଟରେ ଥିବା ଏକ ମନ୍ଦିରରେ ଭାଇ ଅଜିତଙ୍କ ସହ ଆଳତି କରୁଥିଲେ। ଏହି ସମୟରେ ଲାଉଡସ୍ପିକରରେ ଆଳତି ଭଜନ ବାଜୁଥିଲା। ଏହା ଶୁଣି ତାଙ୍କ ପଡୋଶୀ ସଦାଜୀ ଠାକୁର, ବିଷ୍ଣୁଜୀ ଠାକୁର, ବାବୁଜି ଠାକୁର, ଜୟନ୍ତିଜୀ ଠାକୁର, ଜାବନଜୀ ଠାକୁର ଏବଂ ବିନୁଜୀ ଠାକୁର ପାଖକୁ ଆସି ଏତେ ଜୋର୍‌ରେ ଲାଉଡସ୍ପିକର୍‌ କାହିଁକି ବଜାଉଛ କହି ପ୍ରଶ୍ନ କରିଥିଲେ।
ଏହା ଶୁଣି ଜଶବନ୍ତଙ୍କ ଭାଇ କହିଥିଲେ ଆମେ ଆଳତି କରୁଛୁ। ଏହାପରେ ଏହି ୬ଜଣ ପଡୋଶୀ ମିଶି ତାଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲେ। ଏହାକୁ ବିରୋଧ କରିବା ପରେ ସଦାଜୀ ଠାକୁର ନିଜ ସହଯୋଗୀଙ୍କୁ ଡାକି ଆଣିଥିଲେ। ସମସ୍ତେ ମିଶି ଦୁଇ ଭାଇଙ୍କ ଉପରେ ଲାଠିରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଶବନ୍ତ ଓ ତାଙ୍କ ଭାଇ ଅଜିତ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଗାଁ ଲୋକେ ସେଠାକାର ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଶବନ୍ତଙ୍କ ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି। ଏପଟେ ପୁଲିସ ଉକ୍ତ ୬ ଜଣ ପଡୋଶୀଙ୍କୁ ଗିରଫ କରିଛି। ଏମାନଙ୍କ ବିରୋଧରେ ହତ୍ୟା, ମାରପିଟ ଓ ଦଙ୍ଗା କରିବା ଅଭିଯୋଗ ଲାଗିଛି।

ad-week
Leave A Reply

Your email address will not be published.