ହଷ୍ଟେଲ ଛାତରୁ ପଡ଼ି ୧୦ମ ଶ୍ରେଣୀ ଛାତ୍ର ମୃତ

add-all

ରାୟଗଡ଼ା : ହଷ୍ଟେଲ ଛାତରୁ ପଡ଼ି ୧୦ମ ଶ୍ରେଣୀ ଛାତ୍ର ମୃତ। ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ବେଥିଆପଡ଼ା ପଞ୍ଚାୟତର କପାପଦର ହାଇସ୍କୁଲରେ ଏଭଳି ଅଭାବନୀୟ ଘଟଣା ଘଟିଛି। ହଷ୍ଟେଲ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ନେଇ ମେଡିକାଲ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଏହି ଘଟଣାର ତଦନ୍ତ ଦାବି କରିଛନ୍ତି।

ସୂଚନାନୁଯାୟୀ, ୧୦ମ ଶ୍ରେଣୀ ଛାତ୍ର ଭରତ ବିଡିକା କପାପଦର ହୋଷ୍ଟେଲରେ ରହି ମାଟ୍ରିକ ପରୀକ୍ଷା ଦେଉଥିଲେ। ଗୁରୁବାର ରାତି ୮ଟା ବେଳେ ସେ ହଷ୍ଟେଲ ଛାତ ଉପରୁ କୌଣସି କାରଣରୁ ପଡିଯାଇଥିଲେ। ସ୍କୁଲ ଶିକ୍ଷକମାନେ ତାଙ୍କୁ ୧୦୮ ଆମ୍ବୁଲେନ୍ସ ଯୋଗେ ବିଷମ କଟକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘଷଣା କରିଛନ୍ତି। ଭରତ ବିଡିକାଙ୍କ ଘର ବିଷମ କଟକ ଥାନା ଅନ୍ତର୍ଗତ ହାଟ ମୁନିଗୁଡ଼ା ପାଞ୍ଚାୟତର ଘଣ୍ଟିଖାଲ ଗ୍ରାମରେ ବୋଲି ଜଣା ପଡ଼ିଛି ।

ad-week
Leave A Reply

Your email address will not be published.