ଜଣକର ବ୍ୟକ୍ତିଗତ ମତ ଗୁରୁତ୍ୱପୂର୍ଣ୍ଣ ନୁହଁ : ନୀତିଶ କୁମାର

add-all

ପାଟନା: ବିହାରର ନୀତିଶ ସରକାରଙ୍କ ଶାସନ ନୀତିକୁ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ସମାଲୋଚନା କରିବାର ଦିନକ ପରେ ମୁହଁ ଖୋଲିଛନ୍ତି ବିହାର ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ, ଜଣେ ବ୍ୟକ୍ତିଙ୍କ ମତ ଗୁରୁତ୍ୱପୂର୍ଣ୍ଣ ନୁହେଁ। ନୀତୀଶ କହିଛନ୍ତି ଯେ, ଆମେ ବିହାରରେ ଭଲ କାମ କରିଛୁକି ନାହିଁ ଆପଣମାନେ ଜାଣନ୍ତି। ଜଣକର ବ୍ୟକ୍ତିଗତ ମତ ଗୁରୁତ୍ୱପୂର୍ଣ୍ଣ ନୁହଁ। ସତ୍ୟ ହେଉଛି ଗୁରୁତ୍ୱପୂର୍ଣ୍ଣ। ଆମ କାମକୁ ଲୋକମାନେ ଜାଣନ୍ତି । ଆପଣମାନେ ସମସ୍ତେ ଜାଣନ୍ତି ବିହାରର କଣ ସବୁ କାମ ହୋଇଛି । ଆପଣମାନେ ବାସ୍ତବତା ଜାଣନ୍ତି । ନିଜେ ନିଜକୁ ପଚାରି ଏହାର ଉତ୍ତର ଜାଣିପାରିବେ ବୋଲି ନୀତୀଶ କୁମାର କହିଛନ୍ତି। ଗୁରୁବାର ପ୍ରଶାନ୍ତ କିଶୋର ଉଭୟ ନୀତୀଶ କୁମାର ଏବଂ ପୂର୍ବରୁ କ୍ଷମତାରେ ଥିବା ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ କରିଥିଲେ ପ୍ରଶାନ୍ତ। ପ୍ରଶାନ୍ତ କହିଥିଲେ ଯେ, ଲାଲୁ ଏବଂ ନୀତୀଶ ଶାସନର ୩୦ ବର୍ଷ ପରେ ବି ବିହାର ହେଉଛି ଦେଶର ସବୁଠାରୁ ପଛୁଆ ଏବଂ ଗରିବ ରାଜ୍ୟ। ବିକାଶର ଅନେକ ପାରାମିଟର ଉପରେ ବିହାର ଆଜି ବି ଦେଶର ସର୍ବନିମ୍ନ ସ୍ତରରେ ରହିଛି। ଯଦି ବିହାର ଆଗାମୀ ସମୟରେ ଅଗ୍ରଣୀ ରାଜ୍ୟ ତାଲିକାରେ ଆସିବାକୁ ଚାହୁଁଛି, ତେବେ ଏଥିପାଇଁ ନୂତନ ଚିନ୍ତାଧାରା ଏବଂ ନୂତନ ପ୍ରୟାସ ଆବଶ୍ୟକ ବୋଲି ସେ କହିଛନ୍ତି।
ନିକଟରେ ବିହାର ବାସିନ୍ଦା ହୋଇଥିବାରୁ ଏହିଠାରୁ ହିଁ ନିଜର ରାଜନୈତିକ ଦଳ ଗଢିବେ ବୋଲି ଚର୍ଚ୍ଚା ହେଉଥିଲା। ପ୍ରଶାନ୍ତ କିଶୋର ସ୍ୱରାଜ ଯାତ୍ରା ବାବଦରେ ଟୁଇଟ୍ କରିଥିଲେ। ତେଣୁ ତାଙ୍କ ଦଳର ନାଁ ମଧ୍ୟ ସ୍ୱରାଜ ରହିପାରେ ବୋଲି କୁହାଯାଉଥିଲା। କିନ୍ତୁ ସେ ଏହି ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣଛେଦ ପକାଇଛନ୍ତି। ସେ କୌଣସି ରାଜନୈତିକ ଦଳ ଗଢ଼ିବେ ନାହିଁ ବୋଲି ସଫା ସଫା ମନା କରିଛନ୍ତି।
ବିଜେପି, କଂଗ୍ରେସ, ଜେଡିୟୁ,ଟିଏମସି ଭଳି ବଡ଼ ଦଳ ପାଇଁ ପ୍ରଶାନ୍ତ କିଶୋର ରଣନୀତିକାର ରହିଛନ୍ତି। ସେ ଜେଡିୟରୁ ଉପସଭାପତି ରହିଥିଲେ। କିନ୍ତୁ ସୁପ୍ରିମୋ ନୀତିଶଙ୍କ ସହ କନ୍ଦଳ ଯୋଗୁଁ ଦଳରୁ ଇସ୍ତଫା ଦେଇଥିଲେ। ଏହାପରେ ନିକଟରେ ସେ କଂଗ୍ରେସରେ ଯୋଗ ଦେବେ ବୋଲି କୁହାଯାଉଥିଲା। କିନ୍ତୁ ସେ କଂଗ୍ରେସରେ ଯୋଗ ଦେବା ପ୍ରସ୍ତାବକୁ ଖାରଜ କରିଛନ୍ତି। ତେବେ ପ୍ରଶାନ୍ତ କିଶୋର ଜାତୀୟ ତଥା ଆଞ୍ଚଳିକ ସ୍ତରରେ ରାଜନୀତିରେ ଏକ ବଡ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ଗୁରୁବାର କହିଛନ୍ତି ‌କି ସେ ଏବେ ନୂଆ ରାଜନୈତିକ ଦଳ କିମ୍ବା ପ୍ଲାଟ୍‌ଫର୍ମ ଚାହାନ୍ତିନି, ସେ କେବଳ ବିହାର ପରିବର୍ତ୍ତନ ଚାହାନ୍ତି।

ad-week
Leave A Reply

Your email address will not be published.