ଦଶମ ପରୀକ୍ଷା ଦେଇ ନାହାଁନ୍ତି ହଜାର ହଜାର ପରୀକ୍ଷାର୍ଥୀ : ବିଷ୍ଣୁପଦ ସେଠୀ

add-all

ଭୁବନେଶ୍ଵର: ଦଶମ ପରୀକ୍ଷା ଦେଇ ନାହାଁନ୍ତି ହଜାର ହଜାର ପରୀକ୍ଷାର୍ଥୀ। ଏନେଇ ପ୍ରତିକ୍ରିୟା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ। ସେ କହିଛନ୍ତି ଯେ, ଦଶମ ଶ୍ରେଣୀ ପରୀକ୍ଷା ଫର୍ମ ଫିଲପ୍ ପାଇଁ କୌଣସି ଫି ନଥିଲା। ସେଥିଲାଗି ବହୁ ସଂଖ୍ୟାରେ ପିଲା ଫର୍ମ ଭରିଥିଲେ। ତେବେ କରୋନା ପାଇଁ ଶିକ୍ଷା ବ୍ୟବସ୍ଥା ଅସୁବିଧାର ସମ୍ମୁଖୀନ ହୋଇଛି।

ତେଣୁ ପିଲା କେହି ଅନୁପସ୍ଥିତ ନୁହେଁ ବରଂ ଅନ୍ୟାନ୍ୟ ଅସୁବିଧା ପାଇଁ ପରୀକ୍ଷା ଦେଇନାହାନ୍ତି। ଏଥିରେ ଅନ୍ୟକିଛି କାରଣ ନାହିଁ, ଯେଉଁଥିପାଇଁ ପିଲାମାନେ ଜାଲିଆତି କରିଛନ୍ତି ବୋଲି ଆମେ ଭାବିବା ବୋଲି ବିଷ୍ଣୁପଦ ସେଠୀ କହିଛନ୍ତି।

ପ୍ରକାଶ ଥାଉକି, ଗତ ଦୁଇ ବର୍ଷା ହେଲା ମହାମାରୀ କରୋନା କାରଣରୁ ଶିକ୍ଷା ବ୍ୟବସ୍ଥା ଉପରେ ଏହାର ଗଭୀର ପ୍ରଭାବ ପଡ଼ିଛି। ଲକଡାଉନ୍ ଓ ସଟ୍‌ଡାଉନ୍ ମଧ୍ୟରେ ପିଲାମାନଙ୍କ ପାଠପଢା କ୍ଷତିଗ୍ରସ୍ତ ହୋଇଛି। ବହୁ ପିଲାମାନଙ୍କ ପାଖରେ ସ୍ମାର୍ଟ ଫୋନ୍ ନଥିବାରୁ ସେମାନେ ଅନଲାଇନ୍ ପାଠପଢାରୁ ବଞ୍ଚିତ ହୋଇଛନ୍ତି।

ad-week
Leave A Reply

Your email address will not be published.