ବାତ୍ୟା ପାଇଁ ଶକ୍ତି ବିଭାଗ ପ୍ରସ୍ତୁତ, ଖୋଲିଲା ୱାର୍ ରୁମ୍

add-all

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଶକ୍ତି ବିଭାଗ ପ୍ରସ୍ତୁତ। ବାତ୍ୟା ପୂର୍ବ, ବାତ୍ୟା ସମୟ ଓ ବାତ୍ୟା ପରବର୍ତ୍ତୀ ମୁକାବିଲା ନେଇ ୱାରରୁମ୍ ପ୍ରସ୍ତୁତ କରାଯାଇଛି। ପୂର୍ବରୁ ମଧ୍ୟ କମ୍ ସମୟରେ ଶକ୍ତି ସଂଯୋଗ କରିବାରେ ବିଭାଗ ସଫଳ ହୋଇଛି। ଏବେବି ପ୍ରସ୍ତୁତ ରହିବା ସହ ସବୁ ପ୍ରକାର ପଦକ୍ଷେପ ନିଆଯାଇଥିବା ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।

ସେହିପରି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓପିଟିସିଏଲ୍ ଓ ଅନ୍ୟ ଡିଷ୍ଟ୍ରିବ୍ୟୁସନ୍ ସଂସ୍ଥା ପ୍ରସ୍ତୁତ ଅଛନ୍ତି। ମନିଟରିଂ ମେକାନିଜମ ଆରମ୍ଭ ହୋଇଛି। ପର୍ଯ୍ୟାପ୍ତ ପରିମାଣର ଉପକରଣ ଅଛି। କର୍ମଚାରୀଙ୍କୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଗତ ବାତ୍ୟା ସମୟରେ ୯୯.୫ ପ୍ରତିଶତ ଉପଭୋକ୍ତାଙ୍କୁ ୫ଦିନ ମଧ୍ୟରେ ବିଜୁଳି ସଂଯୋଗ ଦିଆଯାଇଥିଲା।

ଚଳିତ ଥର ଯଦି ସେପରି ସ୍ଥିତି ଆସେ ଆହୁରି ଶୀଘ୍ର ସଂଯୋଗ ଦେବାକୁ ବ୍ୟବସ୍ଥା ହୋଇଛି। ହସ୍ପିଟାଲ, ପାନୀୟ ଜଳ ୟୁନିଟକୁ କିପରି ଶକ୍ତି ସଂଯୋଗ ନକଟିବ ସେନେଇ ବ୍ୟବସ୍ଥା ହୋଇଛି। ସମସ୍ୟା ଉପୁଜିଲେ ପ୍ରାଥମିକତା ଭିତ୍ତିରେ କିପରି ସଂଯୋଗ ଦିଆଯିବ ସେନେଇ ବ୍ୟବସ୍ଥା କରାଯାଇଛି।

ad-week
Leave A Reply

Your email address will not be published.