ନିଜକୁ ଗଧ ସହ ତୁଳନା କଲେ ଇମ୍ରାନ ଖାନ, ଭିଡିଓ ଭାଇରାଲ

add-all

ଇସଲାମାବାଦ: ପୁଣିଥରେ ଚର୍ଚ୍ଚାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସେ କୌଣସି ଭଲ କାମ ନୁହେଁ, ବରଂ କଥା ଛଳରେ ସେ ନିଜକୁ ଗଧ ସହ ତୁଳନା କରି ସୋଶାଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି। ଇମ୍ରାନ ଖାନ ଗଧ ସବୁବେଳେ ଗଧ ହୋଇ ରହିବ ବୋଲି କହିବା ବେଳର ଭିଡିଓ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି।
ଇମ୍ରାନ ଖାନ ବ୍ରିଟେନରେ ରହିବା ବେଳର ଅନୁଭୂତି ସମ୍ପର୍କରେ କ୍ୟାମେରା ସାମ୍ନାରେ କହିଛନ୍ତି। ହେଲେ ଏହି ସମୟରେ ସେ ବ୍ୟବହାର କରିଥିବା କିଛି ଶବ୍ଦ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଗୋଟିଏ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇ ଇମ୍ରାନ ଖାନ କହିଛନ୍ତି ଯେ “ମୋତେ ବ୍ରିଟେନରେ ବେଶ ଭବ୍ୟ ସ୍ୱାଗତ ମିଳିଥିଲା। ସେଠାରେ ମୋ କିଛି ବି ଅସୁବିଧା ନଥିଲା। ମୁଁ ସେଠାରେ ବଡ଼ବଡ଼ ସୋସାଇଟିର ଅଂଶବିଶେଷ ଥିଲି। କିନ୍ତୁ ମୁଁ କେବେ ହେଲେ ବ୍ରିଟେନକୁ ମୋ ଘର ଭାବେ ବିବେଚନା କରିନି। କାରଣ ମୁଁ ପ୍ରଥମେ ନିଜକୁ ପାକିସ୍ତାନୀ ବୋଲି ଭାବି ଆସିଛି। ମୁଁ ଯାହା ବି କଲେ ବ୍ରିଟିଶର ତ ହୋଇପାରିବି ନାହିଁ? ଆପଣ ଯଦି ଗଧ ଉପରେ ଗାର ଟାଣି ଦେବେ, ତା’ହେଲେ ସେ ଜେବ୍ରୋ ହୋଇଯିବନି। ତେଣୁ ଗଧ ସବୁବେଳେ ଗଧ ହୋଇ ହିଁ ରହିବ।”
ପାକିସ୍ତାନ ଭିତ୍ତିକ କଣ୍ଟେଣ୍ଟ କ୍ରିଏଟର ଜୁନେଦ ଆକ୍ରମଙ୍କୁ ସ୍ୱତନ୍ତ୍ର ସାକ୍ଷାତକାର ଦେବା ବେଳେ ଇମ୍ରାନ ଖାନ ଏପରି କଥା କହିଛନ୍ତି। ସାକ୍ଷାତକାରର ପୂରା ଭିଡିଓ ଇମ୍ରାନ ଖାନ୍‌ଙ୍କ ଅଫିସିଆଲ ୟୁଟ୍ୟୁବରେ ଅପଲୋଡ୍‌ ହୋଇଛି।
ସୂଚନାଯୋଗ୍ୟ, ଇମ୍ରାନ ଖାନଙ୍କୁ ଏପ୍ରିଲ ୧୦ ତାରିଖରେ ଅନାସ୍ଥା ପ୍ରସ୍ତାବ ଦ୍ୱାରା ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ବିଦା କରାଯାଇଥିଲା। ସେ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ, ଯିଏ ଏପରି ଏକ ଲଜ୍ଜାଜନକ ସ୍ଥିତିରେ ସମ୍ମୁଖୀନ ହେବାର ରେକର୍ଡ କରିଛନ୍ତି।

ad-week
Leave A Reply

Your email address will not be published.