ଶେଷ ହେଲା ମାଟ୍ରିକ ପରୀକ୍ଷା, ୨୦ ତାରିଖ ବେଳକୁ ମୂଲ୍ୟାୟନ

add-all

ଭୁବନେଶ୍ୱର: ଶେଷ ହେଲା ମାଟ୍ରିକ ପରୀକ୍ଷା । ହେଲେ ଫର୍ମ ପୂରଣ କରିଥିବା ଅଧିକାଂଶ ଛାତ୍ରଛାତ୍ରୀ ପରୀକ୍ଷା ନଦେବା ପଛର କାରଣ କଣ ହୋଇପାରେ । ପରୀକ୍ଷା ଶେଷ ହେବା ପରେ ଗଣଣାଧ୍ୟମ ପ୍ରତିନିଧିଙ୍କର ଏପରି ପ୍ରଶ୍ନର ଜବାବ ରଖିଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ରାମାସିସି ହାଜିରା। ଅନେକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଦେଇଥିଲେ ହେଲେ ପରୀକ୍ଷା ଦେବାକୁ ଆସିନାହାନ୍ତି । ପ୍ରକୃତ କାରଣ ଜାଣିବାକୁ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ରିପୋର୍ଟ ମଗାଯାଇଛି । ପରୀକ୍ଷା ଭଲରେ ଶେଷ ହୋଇଛି ବୋଲି ରାମାସିସି କହିଛନ୍ତି ।

ସେହିପରି ୨୦ ତାରିଖ ବେଳକୁ ମୂଲ୍ୟାୟନ ଆରମ୍ଭ ହେବ ବୋଲି ସେ ଆଶା ରଖିଥିବା କହିଛନ୍ତି । କିନ୍ତୁ ନୋଡାଲ ସେଣ୍ଟରରୁ ପରୀକ୍ଷା ପ୍ରଶ୍ନର ଉତ୍ତର ଖାତା ତାଙ୍କ ପାଖରେ ପହଞ୍ଚିବା ଉପରେ ନିର୍ଭର କରେ । ସେହିପରି ପରୀକ୍ଷା ପ୍ରଶ୍ନରେ ବାହାରୁ ଆସିଛି ବୋଲି ପ୍ରଶ୍ନରେ ସେ କହିଛନ୍ତି, ସିଲାବସ ବାହାରୁ ଆସିନାହିଁ । ହେଲେ ଯେଉଁ ପ୍ରଶ୍ନ ପଡିଛି ତାର ତର୍ଜମା ହେଉଛି।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ପରୀକ୍ଷା ଦେବା ପାଇଁ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ଫର୍ମ ଫିଲଅପ କରିଥିଲେ । ହେଲେ ପରୀକ୍ଷା ଦେଇଛନ୍ତି ୫ ଲକ୍ଷ ୨୮ ହଜାର ୪୨୦ ଜଣ। ଏକ ରିପୋର୍ଟ ଅନୁଯାୟୀ ଅନେକ ଛାତ୍ରଛାତ୍ରୀ ପରିବାର ଅର୍ଥ ଅଭାବ କାରଣରୁ ଅନ୍ୟ ରାଜ୍ୟକୁ କାମ କରିବାକୁ ପଳାଇଛନ୍ତି। ପରିବାରର ଆର୍ଥିକ ଅବସ୍ଥା ଏବଂ ରୂଣ ସୁଝିବାକୁ ଯାଇ ପାଠ ପଢୁଆ ପିଲା ପରିବାର ସଦସ୍ୟଙ୍କ ସହିତ ଦିଲ୍ଲୀ, କେରଳ ଆଦି ରାଜ୍ୟକୁ କାମ କରିବାକୁ ପଳାଇଛନ୍ତି ବୋଲି ଅଭିଭାବକମାନେ ଗଣମାଧ୍ୟମ ଆଗରେ କହିଥିଲେ।

ଗଣମାଧ୍ୟମରେ ପରୀକ୍ଷା ହଲରେ ଅଧିକାଂଶ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା ନେଇ ଖବର ପ୍ରକାଶ ପାଇଥିସଲା । ଏହାପରେ ବୋର୍ଡ ଗୋଟିଏ ରିପୋର୍ଟ ମାଗିଥିଲା । ପରେ ରିପୋର୍ଟ ଆଧାରରେ ଜଣାପଡିଛି ୪୬ ହଜାର ନୁହେଁ ୪୩ ହଜାର ୪୮୯ ଜଣ ପିଲା ପରୀକ୍ଷା ଦେଇ ନାହାନ୍ତି । ଏଥିମଧ୍ୟରୁ ରେଗୁଲାରରେ ୪୨ ହଜାର ୭୦୪ ଓ ଏକ୍ସରେଗୁଲାରରେ ୭୮୫ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି ।

ad-week
Leave A Reply

Your email address will not be published.