ବାତ୍ୟା ସମ୍ଭାବନା ନଥିଲେ ବି ଲୋକଙ୍କୁ ସ୍ଥାନାନ୍ତର କରାଯିବ: SRC

add-all

ଭୁବନେଶ୍ୱର: ଯଦିଓ ଭାରତୀୟ ପାଣିପାଗ ବିଭାଗ ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ନାହିଁ ବୋଲି କହିଛି ହେଲେ ରାଜ୍ୟ ସରକାର କୌଣସି ପ୍ରକାର ପ୍ରସ୍ତୁତିରେ ହେଳା ନକରି ତଳିଆ ଅଞ୍ଚଳର ପ୍ରାୟ ସାଢ଼େ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା କରିଛନ୍ତି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସଂଧ୍ୟା ବେଳେ ସାମ୍ୱାଦିକ ସମ୍ମିଳନୀ କରି କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାରେ ଯଦି କୌଣସି ଜରୁରୀ ପରିସ୍ଥିତି ସୃଷ୍ଟି ହୁଏ ତେବେ ୧୮ଟି ଜିଲ୍ଲାର ମୋଟ ୭.୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା ହୋଇଛି।

ସେ କହିଛନ୍ତି, ୧୮ଟି ଜିଲ୍ଲାରେ ୮୬୨ଟି ସ୍ଥାୟୀ ବାତ୍ୟା କେନ୍ଦ୍ର ରହିଛି। ଏହି କେନ୍ଦ୍ରଗୁଡ଼ିକ କୋଭିଡ ନିୟମ ପାଳନ କରୁଥିବା ୧.୫ରୁ ୧.୬ ଲକ୍ଷ ଲୋକଙ୍କ ପାଇଁ ରହିବାର ବ୍ୟବସ୍ଥା ରହିଛି। ସେହିପରି ୬,୬୬୧ କୋଠାକୁ ଅସ୍ଥାୟୀ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି ଯେଉଁଥିରେ ପ୍ରାୟ ୬ ଲକ୍ଷ ଲୋକ ରହିପାରିବେ। ତେଣୁ ସାଢ଼େ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା ରହିଛି।

ସେ ଆହୁରି କହିଛନ୍ତି, ଯଦିଓ ବର୍ତ୍ତମାନ ସୁଦ୍ଧା ଆଇଏମଡିର ପୂର୍ବାନୁମାନ କିଛି ମାତ୍ରାରେ ଆଶ୍ୱସ୍ତି ଦେଇଛି, ତଥାପି ଆମେ ଆମର ପ୍ରସ୍ତୁତିକୁ କମାଇ ନାହୁଁ। ଉଦ୍ଧାର କାମରେ ନିୟୋଜିତ କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଇଛି ଏବଂ ସ୍ପଷ୍ଟ ଚିତ୍ର ଆସିବା ପରେ ସେମାନଙ୍କ ମୁତୟନ ନେଇ ନିଷ୍ପତ୍ତି ନିଆଯିବ।

ad-week
Leave A Reply

Your email address will not be published.