କ୍ୟାପିଟାଲ ହସ୍ପିଟାଲ କର୍ମଚାରୀଙ୍କ ଛୁଟି ବାତିଲ

add-all

ଭୁବନେଶ୍ବର: ବାତ୍ୟା ‘ଅସାନି’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି କ୍ରମରେ କ୍ୟାପିଟାଲ ହସ୍ପିଟାଲର କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯିବା ସହ ସମସ୍ତ ବିଭାଗକୁ ସତର୍କ କରାଯାଇଛି। ଏଥିସହ ସମ୍ପୃକ୍ତ ବିଭାଗ ଯେପରି ସେମାନଙ୍କ ଦାୟିତ୍ୱ ସଠିକ ଭାବେ ତୁଲାଇବେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି।

ଯେ ପର୍ଯ୍ୟନ୍ତ ନିର୍ଦ୍ଦେଶ ନ ଆସିଛି ସେ ପଯର୍ର୍‌ୟନ୍ତ ଅଧିକାରୀ ଚିକିତ୍ସାଳୟ ଛାଡିପାରିବେ ନାହିଁ। ବିଜୁଳି, ପାଣିକୁ ଗୁରୁତ୍ୱ ଦିଆଯାଇଥିବାବେଳେ ଗୁରୁତର ରୋଗୀଙ୍କୁ ପ୍ରାଥମିକତା ଭିତ୍ତିରେ ଚିକିତ୍ସା ସହ ଆବଶ୍ୟକ ପରିମାଣ ଔଷଧ ଏବଂ ଆନୁଷଙ୍ଗିକ ସାମଗ୍ରୀ ଉପଲବ୍ଧ କରାଯାଇଛି । ବିଜୁଳି ଗଲେ ଯେପରି ତ୍ୱରିତ ସେବା ଯୋଗାଇ ଦେଇହେବ ସେନେଇ ଡିଜି ସେଟ ପାଇଁ ଡିଜେଲ ମହଜୁଦ ରଖାଯାଇଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।

ad-week
Leave A Reply

Your email address will not be published.