ଅନିଶ୍ଚିତ ଭବିଷ୍ୟତ ନେଇଁ ୫ ଅନାଥ ଶିଶୁ : ପାଠ ପଢ଼ାରେ ଡୋରି, ବଞ୍ଚିବା ପାଇଁ ସଂଘର୍ଷ…

add-all

ସରକାରୀ ସାହାଯ୍ୟ ଧର୍ମକୁ ଆଖିଠାର…!

ଦାରିଙ୍ଗବାଡ଼ି : ଭଙ୍ଗା ଦଦରା କୁଡ଼ିଆରେ ପଡ଼ି ରହିଛନ୍ତି ବାପମା ଛେଉଣ୍ଡ ୫ ଅନାଥ ଶିଶୁ ଭାଇ ଭଉଣୀ। ଓଳିଏ ଖାଇଲେ ଓଳିଏ ଉପାସ ରହି ଜୀବନ ବିତାଉଥିବା ଜଣାପଡିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ହାତୀମୁଣ୍ଡା ଗ୍ରାମର ଗୁଡ୍ରିଗୁଡା ସାହିରେ । ପରିବାରର ସାହା ଭରସା ୧୭ ବର୍ଷର ବଡ଼ ଭଉଣୀ। ୪ ଭାଇ ଭଉଣୀଙ୍କ ଦାୟିତ୍ଵ ମୁଣ୍ଡେଇ ଚାଲିଛି ବଡ ଭଉଣୀ। ବାପା ଓ ମାଆଙ୍କ ସ୍ନେହ ପାଇବା ବୟସ ଅନାଥ ହୋଇଯାଇଛନ୍ତି। ନିଜର ଦୁଃଖକୁ କାହାକୁ ବା କହିବେ। କିଏ ବା ଶୁଣିବ। ଟିବିରେ ଆକ୍ରାନ୍ତ ଥିବା ବାପା ପବିତ୍ର ସୁ ନାମାଝୀ ୨୦୨୦ ଡିସେମ୍ବରରେ ଆଖି ବୁଜିଦେଲେ। ମାଆ ବନିତା ସୁନାମାଝୀଙ୍କ ଗତ ଅକ୍ଟୋବରରେ କୌଣସି କାରଣରୁ ମୃତ୍ୟୁ ହୋଇଛି। ତାଙ୍କର ୪ ଜଣ ଝିଅ ଓ ଜଣେ ୧ ବର୍ଷର ପୁଅ ରହିଛନ୍ତି। ବାପା ମାଆଙ୍କ ମୃତ୍ୟୁପରେ ପିଲାଙ୍କ ପଢିବାର ଅଭିଳାଷ ଥିଲେ ସୁଦ୍ଧା ଅର୍ଥ ଅଭାବରୁ ଗତ ବର୍ଷ ଠାରୁ ବଡ଼ ଝିଅ ବାସନ୍ତୀ ସୁନାମାଝୀ, ଦଶମ ଶ୍ରେଣୀରୁ ପାଠ ଛାଡିଛନ୍ତି। ଲିନା ଷଷ୍ଠ ଓ ଲିସା ଚତୁର୍ଥରୁ ପାଠ ଛାଡି ଘରେ ରହିଛନ୍ତି। ସାନ ଝିଅ ନିକି ସ୍କୁଲ ଯାଇ ନାହିଁ । ବାସନ୍ତୀ ଚାରି ଭାଇ ଓ ଭଉଣୀଙ୍କ ପେଟକୁ ଦାନା ଯୋଗାଡ଼ କରିବାକୁ ମୂଲ ଲାଗିବାକୁ ଯାଉଛି। କାମ ନଗଲେ ଉପବାସରେ ଦିନ କାଟୁଛନ୍ତି। ସରକାରୀ ସୁବିଧା କହିଲେ ୧ ଟଙ୍କିଆ ଚାଉଳ। ତା ଛଡା ଅନ୍ୟ କୌଣସି ସରକାରୀ ସହାୟତା ମିଳିନାହିଁ । ଏପରିକି ବାପା ଓ ମାଙ୍କ ମୃତ୍ୟୁବରଣ ହୋଇଥିଲେ ସୁଦ୍ଧା ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କାଟିଏ ବି ମିଳିନାହିଁ ପିଲାମାନଙ୍କୁ । ପିନ୍ଧିବାକୁ ଭଲ ଡ୍ରେସ୍‌ଟିଏ ବି ନାହିଁ । ଏଭଳି ସମସ୍ୟା ଦେଖୁ ବ୍ରାହ୍ମଣୀଗାଁ ଗ୍ରାମର ବିସିକେସନ ପ୍ରଧାନ ଓ ଗୋବିନ୍ଦ ରଣସିଂଙ୍କ ସହଯୋଗକ୍ରମେ ହାଇସ୍କୁଲ ଓ କଲେଜ ପଢ଼ା ପିଲାଏ କିରାମାହା ଗ୍ରାମ ଓ ବ୍ରାହ୍ମଣୀଗାଁ ବଜାର ବୁଲି ଅର୍ଥ ଆଦାୟ କରିଥିଲ । ୫ ଅନାଥ ପିଲାଙ୍କୁ ୫୦ କିଲୋ ଚାଉଳ ସହ ୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ଏହି କିଛି ଦିନ ତଳେ। ଏହିଭଳି ଦୁର୍ଦିନ ପରିସ୍ଥିତିରେ ଅନାଥ ପିଲାଙ୍କୁ ଜିଲ୍ଲା ପ୍ରଶାସନ କିଛି ସାହାଯ୍ୟ ସହଯୋଗ କଲେ ପିଲାମାନେ ପାଠ ପଢିବା ସହ ତାଙ୍କ ଭବିଷ୍ୟତ ଉଜ୍ଜଳ ହୋଇପାରିବ ବୋଲି
ଅଞ୍ଚଳ ବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି।

ad-week
Leave A Reply

Your email address will not be published.