ଦେଶଦ୍ରୋହ ଆଇନର ପୁନର୍ବିଚାର ହେବ, ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର

add-all

ନୂଆଦିଲ୍ଲୀ: ଦେଶଦ୍ରୋହ ମାମଲାରେ ଛନ୍ଦି ହୋଇ ଅନେକ ବ୍ୟକ୍ତି ଜେଲ ଯିବା ନଜିର ରହିଛି। ଏହି ଆଇନର ମାତ୍ରାଧିକ ଅପବ୍ୟବହାର କରାଯାଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ତେବେ ଏ ସମ୍ପର୍କରେ ଆଜି ସୁପ୍ରିମକୋର୍ଟରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ଦେଶଦ୍ରୋହ ଆଇନ(ଧାରା୧୨୪ଏ) ପୁନଃ ଯାଞ୍ଚ ଏବଂ ପୁନର୍ବିଚାର କରାଯିବ। ସୋମବାର ସୁପ୍ରିମକୋର୍ଟଙ୍କୁ ଏହା କହିଛି କେନ୍ଦ୍ର। ଏହି ବିଦେଶ ଆଇନର ତର୍ଜମା ହେବା ଆବଶ୍ୟକ ରହିଛି ବୋଲି କେନ୍ଦ୍ର କହିଛି। ଦେଶଦ୍ରୋହ ଆଇନର ସାମ୍ବାଧାନିକ ବୈଧତା ନେଇ ସୁପ୍ରିକୋର୍ଟରେ ମାମାଲା ରୁଜୁ ହୋଇଥିଲା।
ମେ ୧୦ରେ ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିଲା। ଏ ସମ୍ପର୍କରେ ଆଜି ୩ ପେଜ ବିଶିଷ୍ଟ ଏକ ସତ୍ୟପାଠ ଦାଖଲ କରିଛି କେନ୍ଦ୍ର। ଦେଶର ସାର୍ବଭୌମତ୍ୱ ଅକ୍ଷୁର୍ଣ୍ଣ ରହିବା ରାଷ୍ଟ୍ରର ଦାୟିତ୍ୱ। ତେଣୁ ଏହି ଉପନିବେଶ ଆଇନକୁ ଉଚ୍ଛେଦ ନେଇ ବିଚାର କରାଯାଉଥିବା କେନ୍ଦ୍ର କହିଛି। ଦେଶ ଯେତେବେଳେ ‘ଆଜାଦୀ କା ଅମୃତ ମହୋତ୍ସବ’ ଆୟୋଜନ କରୁଛି ସେତିକି ବେଳେ ବିଦେଶୀ ଜାଲରୁ ମୁକ୍ତି ପାଇଁ କେନ୍ଦ୍ର ସରକାର କାମ କରିଛନ୍ତି।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ବେଞ୍ଚକୁ ଅବଗତ କରି କେନ୍ଦ୍ର କହିଛି ଯେ, ଦେଶଦ୍ରୋହ ଆଇନର ବ୍ୟବସ୍ଥା ଉପରେ ପୁନଃବିଚାର ସହ ଯାଞ୍ଚ ହେବ। ଦାସତ୍ୱ ସମୟରେ ତିଆରି ଦେଶଦ୍ରୋହ ଆଇନ ଉପରେ ପୁନଃବିଚାର କରିବାର ଆବଶ୍ୟକତା ରହିଛି । ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରହିବା ଉଚିତ୍‌ ବୋଲି କୁହାଯାଇଛି।

ad-week
Leave A Reply

Your email address will not be published.