ପୁର୍ତ୍ତବିଭାଗ ମୁଖ୍ୟ ରାସ୍ତା କଡରେ ବିପଦ ସଂକୁଳ ପରିସ୍ଥିତିରେ ରହିଥିବା ସୁଖିଲା ଗଛକୁ କାଟି ହଟାଇଲେ ବନବିଭାଗ…

add-all

ଖବର ପ୍ରକାଶିତ ପରେ ଚେତାପସିଲା…

ଦାରିଙ୍ଗବାଡ଼ି :, ଦାରିଙ୍ଗବାଡ଼ି ପୂର୍ତ୍ତବିଭାଗ ଅଧିନସ୍ତ ଦାରିଙ୍ଗବାଡ଼ି-ପାଣିଗଣ୍ଡା ରାସ୍ତାରେ, ପୁଇଗୁଡା ଗ୍ରାମ ନିକଟ ରାସ୍ତା କଡରେ ଏକ ବିରାଟ ସୁଖିଲା ଗଛ ରହିଥିଲା। ସେହି ସୁଖିଲା ଗଛର ବଡ଼ ସୁଖିଲା ଶାଖା ରାସ୍ତାର ଏମୁଣ୍ଡରୁ ସେମୁଣ୍ଡ ଯାଏ ପ୍ରସାରିତ ହୋଇ କେତେବେଳେ ଯେ ଛିଡି ପଡିବଭାବି ଭୟରେ ପଥଚାରୀ ହୁଅନ୍ତୁ କି ମୋଟର ସାଇକେଲ ଆରୋହି, କିବା ଚାରିଚକିଆ ଯାନ ଯୋଗେ ଯାତ୍ରାକରୁଥିବା ଯାତ୍ରୀ ହୁଅନ୍ତୁ, ସେହି ରାସ୍ତାଦେଇ ଯାତାୟାତ କଲାବେଳେ ବିପଦକୁ ମୁଣ୍ଡେଇ ଯାତ୍ରା କରୁଥିଲେ। ଏହି ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରସାରିତ ହେବା ଫଳରେ, ଆଜି ବ୍ରାହ୍ମଣୀଗାଁ ବନାଚଳ ପକ୍ଷରୁ ସହକାରୀ ବନ ପାଳଙ୍କ ଦୀପକ ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ରାସ୍ତା କଡରେ ବିପଦ ସଂକୁଳ ପରିସ୍ଥିତିରେ ଥିବା ସୁଖିଲା ଗଛକୁ କାଟି ହଟେଇଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉକି ପ୍ରତିଦିନ ଏହି ରାସ୍ତା ଦେଇ ଟୁରିଷ୍ଟ ଗାଡି ସମେତ, ଶତାଧିକ ଯାନବାହନ ଚଳାଚଳ ହେଉଛି। ରାସ୍ତାକଡ଼ରେ ବିପଦ ସଂକୁଳ ପରିସ୍ଥିତିରେ ରହିଥିବା ସୁଖିଲା ଗଛକୁ ବନ ବିଭାଗ ପକ୍ଷରୁ କାଟି ହଟାଇ ଥିବାରୁ ଅଞ୍ଚଳ ବାସୀ ବନ ବିଭାଗ କର୍ମଚାରୀଙ୍କୁ ପ୍ରଶଂସା କରିଥିବା ଜଣାପଡିଛି।

ad-week
Leave A Reply

Your email address will not be published.