ଅଶାନ୍ତ ସମୁଦ୍ର ଭିତରେ ଫସିଛନ୍ତି ୧୧ ମତ୍ସ୍ୟଜୀବୀ..

add-all

ବ୍ରହ୍ମପୁର: ଅଶାନ୍ତ ସମୁଦ୍ର ଭିତରେ ଫସିଛନ୍ତି ୧୧ ମତ୍ସ୍ୟଜୀବୀ। ମାଛଧରା ଡଙ୍ଗା ସହ ଗଭୀର ସମୁଦ୍ର ଭିତରେ ଗଞ୍ଜାମ ଜିଲା ସୋନପୁର ନିଟକ ସମୁଦ୍ରରେ ଫସି ରହିଛନ୍ତି ମତ୍ସ୍ୟଜୀବୀ। ସେମାନେ ପ୍ରତ୍ୟେକ ଦିନ ପରି ମାଛ ଧରିବାକୁ ଯାଇଥିଲେ, ମାଛ ଧରି ଫେରିବାବେଳେ ଡଙ୍ଗାରେ ଯାନ୍ତ୍ରିକ ତୃଟି ଦେଖାଦେଇଥିଲା।ଯାହା ଫଳରେ ଗଭୀର ସମୁଦ୍ର ଭିତରେ ଫସି ରହିଥିବା ସୂଚନା ମିଳିଲା, ତୁରନ୍ତ ମତ୍ସ୍ୟଜୀବୀମାନେ ସେଠାରୁ ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ କରାଯିବା ପରେ ଅପରେସନ ପାଇଁ ପ୍ରସ୍ତୁତି ହୋଇଥିଲା ପ୍ରଶାସନ l ବ୍ରହ୍ମପୁର ଉପଜିଲ୍ଲାପାଳ ଘଟଣା ସ୍ଥଳକୁ ଯାଇ ଫସି ରହିଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ କିପରି ଏୟାରଲିଫ୍ଟ ଦ୍ବାରା ଉଦ୍ଧାର କରାଯିବା ସେଇ ପରିପେକ୍ଷୀ ରେ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ଉପଜିଲାପାଳ ସୂଚନା ଦେଇଛନ୍ତି। ଫସି ରହିଥିବା ମତ୍ସ୍ୟଜୀବୀ ପରିବାର ଙ୍କୁ ଉପଜିଲ୍ଲାପାଳ ଆଶ୍ୱାସନା ଦେବା ସହିତ ଅତି ଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବ ବୋଲି କହିଛନ୍ତି

ad-week
Leave A Reply

Your email address will not be published.