ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହେଲେ କିଶୋର ପଟେଲ

add-all

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ପ୍ରାର୍ଥୀଙ୍କ ନାମ। ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ କିଶୋର ପଟେଲଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷଣା କରିଛି।

ଏପଟେ ଆଜି ବିଜେଡି ପ୍ରାର୍ଥୀ ଭାବେ ଅଳକା ମହାନ୍ତିଙ୍କ ନାମ ଘୋଷଣା କରିଛି। ବ୍ରଜରାଜନଗରର ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ବିଧବା ପତ୍ନୀ ହେଉଛନ୍ତି ଅଳକା ମହାନ୍ତି।

ସେହିଭଳି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ନେଇ ଦଳ ପକ୍ଷରୁ ଘୋଷଣା ହୋଇଛି। ସେ ୨୦୧୪ରେ ବ୍ରଜରାଜନଗରରୁ ବିଜେପି ଟିକେଟରେ ନିର୍ବାଚନ ଜିତିଥିଲେ। କଂଗ୍ରେସ ପକ୍ଷରୁ ପୁରୁଖା ରାଜନେତା ଶ୍ରୀ ପଟେଲଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଲଢ଼େଇ ତ୍ରିମୁଖୀ ହେବ ବୋଲି କୁହ‌ାଯାଉଛି।

ad-week
Leave A Reply

Your email address will not be published.