ଘର ପୋଡି ଘଟଣାରେ ଯୋସେଫଙ୍କ ପରିବାରକୁ ସହାୟତା କଲେ ବିଧାୟକ

add-all

ଦାରିଙ୍ଗବାଡ଼ି, (୯/୫) : ଗତ ରବିବାର ଦିନ ବିଦ୍ୟୁତ ସର୍ଟସର୍କିଟ ହୋଇ ଯୋସେଫ ଦିଗାଳଙ୍କ ସମ୍ପୂର୍ଣ୍ଣ ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ସୋମବାର ଦିନ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗେରମାହା ଗ୍ରାମରେ ପହଞ୍ଚି ଘଟଣା କୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଚାଉଳ ଦୁଇ ପକେଟ, ପଲିଥିନ, ବ୍ୟାବହାରିକ ଲୁଗା ସହ କିଛି ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । ଏଥି ସହିତ ଯୋସେଫ ଦିଗାଳ ଙ୍କୁ ବିଜୁପକ୍କା ଘର ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ବିଧାୟକଙ୍କ ସହ ବିଧାୟକ ପ୍ରତିନିଧି ଦୀପକ କୁମାର ସାହୁଙ୍କ ସମେତ ତିଲୋରି ସରପଞ୍ଚ ଶ୍ରଦ୍ଧାଞ୍ଜଳି ପ୍ରଧାନ, ସମିତି ସଭ୍ୟ ଦିଲିପ ପ୍ରଧାନ, ବୁଡ଼ାଗୁଡା ସମିତି ସଭ୍ୟ ଶ୍ରୀକାନ୍ତ ପ୍ରଧାନ, ସିମନ୍ ବାଡ଼ି ସମିତି ସଭ୍ୟ ସାଧୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ ଯୋସେଫ ଓ ତାଙ୍କ ପରିବାର ଲୋକେ ବାହାରକୁ କାମ କରିବାକୁ ଯାଇଥିଲା ସେହି ସମୟରେ ଦିନ ୧୨ ଟା ବେଳେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଘରେ ନିଆଁ ଲାଗିଯାଇଥିଲା । ଏହାପରେ ଘରେ ଥିବା ଗ୍ୟାସ ହାଣ୍ଡି ଫାଟିବା ପରେ ନିଆଁକୁ ଆଉ ଆୟତ୍ତ କରି ହୋଇ ନ ଥିଲା । ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା।

ad-week
Leave A Reply

Your email address will not be published.