
ବ୍ରହ୍ମପୁର : ଓଡ଼ିଶା ମାଟିର ଯଶସ୍ୱୀ ବିଶିଷ୍ଟ ନାଟ୍ୟକାର ତଥା ନିର୍ଦେଶକ ପ୍ରଫେସର ମେଜର ରମାରମଣ ପାଢ଼ୀଙ୍କ ରଚିତ ନାଟକ ପାଲଟା ବାଘ ଦୁଇଟି ଭାଷାରେ ଅନୁଦିତ ନାଟକ ପୁସ୍ତକ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ ଦ୍ଵାରା ରାଜଭବନରେ ଉନ୍ମୋଚିତ ହୋଇଛି। ମାତୃଭୂମି ର ସୁରକ୍ଷା ଓ ଇଂରେଜ ଶାସନ ବିରୋଧରେ ସଂଗ୍ରାମ କରି ବଳିଦାନ ଦେଇଥିବା ଯଶସ୍ୱୀ ଦେଶଭକ୍ତ ମହାନ୍ ସଂଗ୍ରାମୀ ବୀର ଦୋରା ବିଷୋୟୀ ଓ ଚକରା ବିଷୋୟୀଙ୍କ ବୀରତ୍ବ ତ୍ଯାଗ ଓ ବଳିଦାନ ର ଅମର ଗାଥା ଆଧାରିତ ନାଟକ ପାଲଟା ବାଘ ର ହିନ୍ଦୀ ଭାଷାରେ ଉଦୟନ ସୂପକାର ଅନୁଦିତ କରିଛନ୍ତି। ଏହାକୁ ପ୍ରକାଶ କରିଛନ୍ତି ରାଜ କିଶୋର ଦାସ ଏଥେନା ବୁକ୍ସ ଭୁବନେଶ୍ୱର ଏବଂ ପ୍ରଫେସର ମେଜର ରମା ରମଣ ପାଢ଼ୀ ଙ୍କ ଦ୍ବାରା ଇଂରାଜୀ ଭାଷାରେ ଅନୁବାଦିତ The Metamorphosed Tiger ପ୍ରକାଶ କରିଛନ୍ତି କାନାଡା ରେ ରହୁଥିବା ଡ ସୁନନ୍ଦା ମିଶ୍ର ପଣ୍ଡା ଓ ପ୍ରଫେସର୍ ତନ୍ମୟ ପଣ୍ଡା ,ବିଦ୍ୟା ପବ୍ଲିସିଙ୍ଗ ଟରଣ୍ଟୋ। ଉନ୍ମୋଚନ ଉତ୍ସବ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବହି ଦୁଇଟି ଲୋକାର୍ପଣ କରି କହିଥିଲେ ଯେ ଭାରତରେ ଆଜାଦୀକା ଅମୃତ ମହୋତ୍ସବ ପାଳନ ସମୟ ରେ ଏହି ପୁସ୍ତକ ଉନ୍ମୋଚନ ହେବା ଦେଶ ପାଇଁ ଗୌରବରବିଷୟ ,ଏହି ଅବସରରେ ପ୍ରଫେସର ମେଜର ରମାରମଣ ପାଢ଼ୀଙ୍କୁ ଓଡ଼ିଶା ର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଅଭିନନ୍ଦନ ଜଣାଇଛନ୍ତି। ବିଶିଷ୍ଟ ଐତିହାସିକ ପ୍ରଫେସର ନିହାର ରଂଜନ ପଟ୍ଟନାୟକ, ପ୍ରାକ୍ତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ ରାଜନୀତି ବିଜ୍ଞାନୀ
ଫଲଗୁ ସାହିତ୍ୟ ସଂସଦ ସଭାପତି ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ , ସାଧାରଣ ସମ୍ପାଦକ ଡାକ୍ତର ସାଗର ରଞ୍ଜନ, ତ୍ରିପାଠୀ ପ୍ରଫେସର ସନ୍ତୋଷ କୁମାର ଦାଶ କବି କୃଷ୍ଣ ଚନ୍ଦ୍ର ତ୍ରିପାଠୀ ଙ୍କ ସମେତ ଅନେକ ସାହିତ୍ୟ
ଅନୁରାଗୀ ଗୁଣ ମୁଗ୍ଧ ବ୍ଯକ୍ତି ବିଶେଷ ପ୍ରଫେସର ମେଜର ରମାରମଣ ପାଢ଼ୀ ଓ ଉଦୟନ ସୂପକାରଙ୍କୁ ଶୁଭେଚ୍ଛା ଜଣାଛନ୍ତି।