ଜୁଲାଇ ୫ପର୍ଯ୍ୟନ୍ତ ବିଜେପି ନେତା ତଜିନ୍ଦର ବଗ୍ଗାଙ୍କୁ ଗିରଫ କରିପାରିବ ନାହିଁ ପୁଲିସ: ପଞ୍ଜାବ-ହରିୟାଣା ହାଇକୋର୍ଟ

add-all

ଚଣ୍ଡିଗଡ଼: ବିଜେପିର ଦିଲ୍ଲୀ ୟୁନିଟ୍ ମୁଖପାତ୍ର ତଜିନ୍ଦର ପାଲ ସିଂ ବଗ୍ଗାଙ୍କୁ ମିଳିଲା ଖୁସି ଖବର। ଜୁଲାଇ ପର୍ଯ୍ୟନ୍ତ ତଜିନ୍ଦରଙ୍କ ଗିରଫ ଉପରେ ରୋକ ଲଗାଇଲେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ। କୋର୍ଟ ତଜିନ୍ଦରଙ୍କ ଗିରଫଦାରୀ ଉପରେ ଜୁଲାଇ ୫ ପର୍ଯ୍ୟନ୍ତ ରୋକ୍ ଲଗାଇଥିବା ଜଣାପଡ଼ିଛି। ମୋହାଲିର ଏକ ପୁଲିସ ଷ୍ଟେସନରେ ଏପ୍ରିଲରେ ବଗ୍ଗାଙ୍କ ବିରୋଧରେ ଉତ୍ତେଜନା ସୃଷ୍ଟି କଲା ଭଳି ଭାଷଣ, ଶତ୍ରୁତା ବଢ଼ାଇବା ଏବଂ ଅପରାଧୀକ ଧମକ ଦେଇଥିବା ନେଇ ମାମଲା ରୁଜୁ ହୋଇଥିଲା।
ମାମଲା ରୁଜୁ ପରେ ବିଜେପି ନେତା ତାଜିନ୍ଦର ପାଲ୍‌ ସିଂହ ବଗ୍ଗାଙ୍କୁ ଶୁକ୍ରବାର ଦିନ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ପଞ୍ଜାବ ପୁଲିସ ଗିରଫ କରିଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆମ୍‌ ଆଦ୍‌ମି ପାର୍ଟି ବିରୋଧରେ ବଗ୍ଗା ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ପଂଜାବରେ ମାମଲା ରୁଜୁ ହୋଇଥିଲା। ଶୁକ୍ରବାର ସକାଳେ ପ୍ରାୟ ୫୦ ଜଣ ପଂଜାବ ପୁଲିସ ୧୦-୧୨ଟି ଗାଡ଼ିରେ ଆସି ବଗ୍ଗାଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲେ। ଉକ୍ତ ଟିମ୍‌ ବଗ୍ଗାଙ୍କୁ ସଡ଼କପଥରେ ମୋହାଲି ନେଉଥିବା ବେଳେ ସେମାନଙ୍କୁ ହରିୟାଣା ପୁଲିସ କୁରୁକ୍ଷେତ୍ର ନିକଟରେ ଅଟକାଇଥିଲା। ହରିୟାଣା ପୁଲିସ ଅଧିକାରୀ କହିଥିଲେ ଯେ ବଗ୍ଗାଙ୍କୁ ବଳପୂର୍ବକ ତାଙ୍କ ଘରୁ ଉଠାଇ ନିଆଯାଇଥିବା ନେଇ ଦିଲ୍ଲୀ ପୁଲିସ ରିପୋର୍ଟ କରିଥିଲା। ତେଣୁ ଏହି ଘଟଣାର ଯାଞ୍ଚ ପାଇଁ ସେମାନଙ୍କୁ ଅଟକାଯାଇଥିଲା। ଦିଲ୍ଲୀରୁ ବଗ୍ଗାଙ୍କୁ ଆଣିଥିବା ପଂଜାବ ପୁଲିସର ଗାଡ଼ିଗୁଡ଼ିକୁ କୁରୁକ୍ଷେତ୍ରର ପିପଲି ଥାନା ନିଆଯାଇଥିଲା। ଏହାର କିଛି ସମୟ ପରେ ସେଠାରେ ଦିଲ୍ଲୀ ପୁଲିସ ପହଞ୍ଚିବାରୁ ହରିୟାଣା ପୁଲିସ ବଗ୍ଗାଙ୍କୁ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରିଥିଲା।

ad-week
Leave A Reply

Your email address will not be published.