ସମ୍ଭାବ୍ୟ ବାତ୍ୟା ‘ଅସାନି’କୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସତର୍କ କଲେ କୃଷି ମନ୍ତ୍ରୀ

add-all

ଭୁବନେଶ୍ଵର: ସମ୍ଭାବ୍ୟ ବାତ୍ୟା ଅସାନୀକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସତର୍କ କଲେ କୃଷି ମନ୍ତ୍ରୀ ଅରୁଣ ସାହୁ। ୫ ଜିଲ୍ଲାକୁ ଜାରି ହେଲା ଆଡଭାଇଜରି। ସମ୍ଭାବ୍ୟ ବାତ୍ୟା ବର୍ଷା ପ୍ରଭାବରେ ଚାଷୀ ଯେପରି କ୍ଷତିଗ୍ରସ୍ତ ନହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ କ୍ଷୟକ୍ଷତି ଉପରେ ନଜର ରଖିବାକୁ କୁହାଯାଇଛି।

ସୂଚନା ଅନୁଯାୟୀ, ବାତ୍ୟା କ୍ରମଶଃ ଦୁର୍ବଳ ହେଉଛି। ତେବେ ବାତ୍ୟା ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ପାଗ ମେଘୁଆ ରହିବ। ଆସନ୍ତାକାଲି ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷାର ପରିମାଣ ବଢିବ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ( ୭ ରୁ ୧୧ ସେମି ) ବର୍ଷା ସମ୍ଭାବନା ରହିଛି।

ad-week
Leave A Reply

Your email address will not be published.