ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ସ୍ଥଳ ଅନୁଧ୍ୟାନ କଲେ ସମ୍ୱିତ୍‌ ପାତ୍ର

add-all

ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ନେଇ ଗତକାଲି ହାଇକୋର୍ଟରେ ଏଏସଆଇର ସତ୍ୟପାଠ ପରେ ପୁଣିଥରେ ଆରମ୍ଭ ହୋଇଛି ବିବାଦ। ଆଜି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ବଡ଼ଦାଣ୍ଡର ମରଚିକୋଟ ଛକଠାରୁ ମହାପ୍ରଭୁଙ୍କ ମୂର୍ତ୍ତି ଧରି ଚାଲି ଚାଲି ଆସିବା ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ପରିକ୍ରମା ପ୍ରକଳ୍ପ ସ୍ଥଳ ଅନୁଧ୍ୟାନ କରିଥିଲେ।

ଏଏସଆଇର ବିନା ଅନୁମତିରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ହେଉଥିବାରୁ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅନ୍ୟପଟେ କାମ ଶୀଘ୍ର ଶେଷ ହେବା କଥା ପୁରୀ ବିଧାୟକ କହିଥିବା ବେଳେ ମହାପ୍ରଭୁଙ୍କ କାର୍ଯ୍ୟକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ ବୋଲି ସେବାୟତ କହିଛନ୍ତି।

ad-week
Leave A Reply

Your email address will not be published.