ନୌ-ତାଲା ରେ ବିରୋଧ ପ୍ରଦର୍ଶନ , ଶତାଧିକ ଆନ୍ଦୋଳନକାରୀ ଗିରଫ…

add-all


ଭୁବନେଶ୍ୱର: ଓଡିଶା ମାଧ୍ଯମିକ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଉପରେ ସିଵିଆଇ ତଦନ୍ତ ସହ ମେଧାଵୀ ଶିକ୍ଷକ ଆଶାୟୀଙ୍କୁ ନ୍ଯାୟ ଦାଵିରେ ଏଆଇଏସ୍ଏଫ୍ ନେତୃତ୍ଵରେ “ଶିକ୍ଷା ଵଞ୍ଚାଅ – ଓଡିଶା ଵଞ୍ଚାଅ ଅଭିଯାନ” ପକ୍ଷରୁ ଗତ ୧୧ ତାରିଖଠାରୁ ଗଣଧାରଣାରେ ଵସିଥିଲେ ସୁଦ୍ଧା ନିଜ ଦୁର୍ନୀତିର ଘଣ୍ଟ ଘୋଡାଇଵା ପାଇଁ ଶିକ୍ଷା ଵିଭାଗର କୌଣସି ଉଚ୍ଚ ଅଧିକାରୀ ଏହି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ନ କରି ଆଜି ଏହି ଛାତ୍ରଛାତ୍ରୀଙ୍କୁ ପୋଲିସ ଲଗାଇ ଗିରଫ କରି ଅଟକ ରଖିଛନ୍ତି।ଏଆଇଏସ୍ଏଫ୍ ରାଜ୍ଯ ସଭାପତି ତଥା ଶିକ୍ଷା ଵଞ୍ଚାଅ – ଓଡିଶା ଵଞ୍ଚାଅ ଅଭିଯାନର ଆଵାହକ ସଂଘମିତ୍ରା ଜେନା ଗିରଫ ଵେଳେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଓଡିଶା ସରକାର ସରକାରୀ ଶିକ୍ଷା ଵ୍ଯଵସ୍ଥାକୁ ଷଡ଼ଯନ୍ତ୍ରମୁଳକ ଧ୍ଵଂସ କରିଵା ପାଇଁ ଓ.ଏସ୍.ଏସ୍.ଟି.ଇ.ଟି. ପରୀକ୍ଷା ଫଳ ପ୍ରକାଶନ ପୁର୍ଵରୁ ନିଯୁକ୍ତି ଜନିତ କମ୍ପ୍ଯୁଟର ଵେସଡ୍ ଟେଷ୍ଟିଙ୍ଗ୍ (ସି.ଵି.ଟି.) ପରୀକ୍ଷା ମାଧ୍ଯମିକ ଶିକ୍ଷା ଵୋର୍ଡର ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସମ୍ପର୍କୀୟ ଥିଵା ତଥା ପଞ୍ଜାଵ ହରିଆନା ଉଚ୍ଚ ନ୍ଯାୟାଳୟ ଦ୍ଵାରା ଦଣ୍ଡିତ ଓ ଓଏନଜିସି ଦ୍ଵାରା କଳା ତାଲିକା ଭୁକ୍ତ ସଂସ୍ଥାକୁ ପରୀକ୍ଷା ପରିଚାଳନା ଠିକା ଦେଇ ପ୍ରାର୍ଥୀମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଇଛନ୍ତି। ସରକାରୀ ସ୍କୁଲରେ ମେଧାଵୀ ଶିକ୍ଷକ ନରଖି ସରକାରୀ ଶିକ୍ଷାକୁ ଧ୍ଵଂସ କରିଵା ପାଇଁ ଓ ରାଜ୍ଯରେ ଘରୋଇ ଶିକ୍ଷା ଵେପାରୀ ମାଫିଆଙ୍କ ଲୋଭ ଓ ଲାଭ ଚରିତାର୍ଥ କରିଵା ସହ ରାଜ୍ଯର ଭଵିଷ୍ଯତ ଅନ୍ଧାର କରିଵା ପାଇଁ ଷଡ଼ଯନ୍ତ୍ର କରାଯାଇଛି ଓ ଗିରଫରେ ଏ ଆନ୍ଦୋଳନ ନ ସରି ରାଜ୍ଯ ଵ୍ଯାପୀ ଏ ଆନ୍ଦୋଳନ ଆହୁରି ଵ୍ଯାପକ ହେଵାର ଚେତାଵନି ଦେଇଛନ୍ତି।ଏହି ଆନ୍ଦୋଳନରେ ଏଆଇଏସ୍ଏଫ୍ ରାଜ୍ଯ ସମ୍ପାଦକ କାହ୍ନୁ ଚରଣ ପରିଡା, ଓଜେଟା କାର୍ଯ୍ଯକାରୀ ସଭାପତି ମନୋଜ କର, ସମ୍ପାଦକ ସୁଵ୍ରତ ପଣ୍ଡା, ପ୍ରତିଷ୍ଠାତା ସଭାପତି ଜୀଵନ ଵନ୍ଧୁ ଭୋଇ, ଶିକ୍ଷା ଵଞ୍ଚାଅ ଅଭିଯାନର ଦେଵଵ୍ରତ ଵେହେରା, ଏଆଇଏସ୍ଏଫ୍ ର ରାଜ୍ଯ ଯୁଗ୍ମ ସମ୍ପାଦକ ଵିଵେକ କୃଷ୍ଣ, ମାଧ୍ଯମିକ ଶିକ୍ଷକ ଆଶାୟୀ ସଂଘର ସଭାପତି ଚନ୍ଦନ କୁମାର କହଁର, ଆଵାହକ ସଞ୍ଜୟଗିରି, କୋଷାଧ୍ଯକ୍ଷ ଶ୍ରୀନିଵିସ ଵେହୁରାଙ୍କ ସମେତ ଶତାଧିକ ଆନ୍ଦୋଳନକାରୀ ପ୍ରମୁଖଙ୍କୁ ଗିରଫ କରି କମିଶନରେଟ ପୋଲିସ ଅଟକ ରଖିଛି ।

ad-week
Leave A Reply

Your email address will not be published.