ଚିତ୍ରକୋଣ୍ଡା ପୁଲିସକୁ ମିଳିଲା ବଡ଼ ସଫଳତା : ସତର କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ୧୦ ଅଭିଯୁକ୍ତ ଗିରଫ…

add-all

ଚିତ୍ରକୋଣ୍ଡା :- ଚିତ୍ରକୋଣ୍ଡା ଏସ.ଡି.ପି.ଓ. ଅଂଶୁମାନ ଦ୍ଵିବେଦୀ ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଚିତ୍ରକୁଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ାଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ପୋଲିସ ପକ୍ଷରୁ ଚିତ୍ରକୋଣ୍ଡା ଏକ ସ୍ୱତନ୍ତ୍ର ଟିମ ବିଶେଷ ସୂତ୍ରରୁ ଗଞ୍ଜେଇ ଚାଲାଣ କରାଯାଉଥିବାର ଖବର ପାଇ ଗଲକାଲି ରାତି ସମୟରେ ନୂଆଗୁଡା ପଞ୍ଚାୟତ ଆରଏସସି -୧୦,ପୁରୁଣାପାଣି ଓ ରଥଗୁଡ଼ା ଅଞ୍ଚଳ ଗ୍ରାମ ଅଞ୍ଚଳରେ ନାଇଟ ପାଟ୍ରୋଲିଙ୍ଗ କରୁଥିବା ସମୟରେ ରଥଗୁଡ଼ା ଗ୍ରାମ ଠାରୁ ୭୦୦ ମିଟର ଦୂରରେ କିଛି ଵ୍ୟକ୍ତି ଏକାଠି ହୋଇ ଠିଆ ହୋଇଥିବାର ଦେଖି ପୁଲିସ ତାଙ୍କର ପିଛା କରିଥିଲେ l ପୁଲିସ ଗାଡିକୁ ଦେଖି ସେମାନେ ଜଙ୍ଗଲ ଭିତରକୁ ଦୌଡିବାକୁ ଲାଗିଥିଲେ, ଉକ୍ତ ଠିଆ ହୋଇଥିବା ସ୍ଥାନରେ ସେମାନେ ୭୬ ଗୋଟି ଜରି ବ୍ୟାଗ ବସ୍ତାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ ଅନ୍ୟ ପକ୍ଷରେ ପୁଲିସ ଅଭିଯୁକ୍ତ ମାନଙ୍କୁ ଗୋଡ଼ାଇ ଧରିବାରେ ସଫଳ ହୋଇଥିଲେ l ପୁଲିସ ୭୬ ବ୍ୟାଗ ଗଞ୍ଜେଇ କୁ ଜବତ କରିବା ସହିତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଚିତ୍ରକୋଣ୍ଡା ଥାନାକୁ ଆଣିଥିଲେ l ଅଭିଯୁକ୍ତ ମାନେ ହେଲେ ସୋନା ଖିଲ/ପିତା ଗୁରୁ/ବୟସ -୨୫, ଅର୍ଜୁନ ଖିଲ/ପିତା ରଘୁ/ବୟସ -୨୮,ଡମ୍ବରୁ ଖିଲ/ପିତା ଜଗନ୍ନାଥ/ବୟସ -୪୫,ପ୍ରହଲ୍ଲାଦ ଖିଲ/ପିତା ସୁକୁ/ବୟସ-୨୮,ପଦଲାମ ଖିଲ/ପିତା ଚୈତନ୍ୟ/ବୟସ-୩୯, ଅର୍ଜୁନ ନାରିଆ ହନ୍ତାଳ/ପିତା ସୋମନାଥ/ବୟସ-୧୯,ଚନ୍ଦ୍ର ଖିଲ/ପିତା ଚୈତନ୍ୟ/ବୟସ -୨୫,ନରସିଂହ ଦଳପତି/ପିତା ଶୁକ୍ରା/ବୟସ-୨୨,ଦାଶ ଖିଲ/ପିତା ବିଦୁ/ବୟସ-୨୨ ଓ ପ୍ରହଲ୍ଲାଦ ଖିଲ/ପିତା ଦୀନବନ୍ଧୁ/ବୟସ-୨୮ l ଚିତ୍ରକୋଣ୍ଡା ଥାନାରେ ଗଞ୍ଜେଇକୁ ଦେଖାଗଲା ଯେ ୭୬ ଗୋଟି ବ୍ୟାଗରେ ୧୭ କୁଇଣ୍ଟାଲ ୧୫ କେଜି ଆଠଶହ ଗ୍ରାମ ଗଞ୍ଜେଇ ଥିଲା ଯାହାର ବାହାର ମାର୍କେଟ ରେ ଆନୁମାନିକ ମୂଲ୍ୟ ୧୦ କୋଟିରୁ ଉର୍ଦ୍ଧ୍ବ ହେବ l ଉକ୍ତ ଗଞ୍ଜେଇ କୁ ଆନ୍ଧ୍ର ପ୍ରଦେଶ କୁ ଚାଲାଣ କରାଯାଉଥିଲା l ତେବେ ବର୍ତ୍ତମାନ ଚିତ୍ରକୋଣ୍ଡା ଥାନା ପକ୍ଷରୁ କେଶ ନମ୍ବର ୫୯/୨୦୨୨ ଅନୁଯାୟୀ ଗିରଫ ଅଭିଯୁକ୍ତ ମାନଙ୍କୁ କୋଟକୁ ପଠାଯାଇଛି l

ad-week
Leave A Reply

Your email address will not be published.