ପ୍ରି ଆକ୍ଟିଭେଟେଡ଼ ସିମ କେଳେଙ୍କାରି ମାମଲାରେ ମାଲକାନଗିରି ରୁ ଜଣେ ଗିରଫ…

add-all

ମାଲକାନଗିରି – ପ୍ରି ଆକ୍ଟିଭେଟେଡ଼ ସିମ କେଲେଙ୍କାରୀ ମାମଲା କୁ ନେଇ ବର୍ତମାନ କ୍ରାଇମବ୍ରାଞ୍ଚ ପକ୍ଷରୁ ଖୋଳ ତାଡ଼ ଜାରି ରହିଥିବା ବେଳେ ପୂର୍ବରୁ 4 ଜଣ ଗିରଫ ହୋଇଛନ୍ତି । ତେବେ ଏହି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆଜି ମାଲକାନଗିରି ଜିଲ୍ଲା ବାଲିମେଳା ର ଜଣେ ଯୁବକ ଏହି କେଲେଙ୍କାରୀରେ ସାମିଲ ହୋଇଥିବାରୁ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ ଆଜି ମାଲକାନଗିରି ଜିଲ୍ଲା ବାଲିମେଳା ର ଦୀପକ ନାୟକ ନାମକ ଜଣେ ଯୁବକ ଦୀର୍ଘ ବର୍ଷ ଧରି ବିଭିନ୍ନ ସିମ କମ୍ପାନୀରେ କାର୍ଯ୍ୟ କରୁଥିଲେ ତେବେ ସେ ସମୟରେ ସେ ଅନେକ ପ୍ରି ଆକ୍ଟିବେଟେଡ଼ ସିମ ଲୋକଙ୍କୁ ଦେଇଥିବା ଜାଣିବା ପରେ ଆଜି ପ୍ରି ଆକ୍ଟିବେଟେଡ଼ ସିମ କେଳେଙ୍କାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ ଦୀପକଙ୍କୁ ଗିରଫ କରିଛି। ତେବେ ଦୀପକ ବାଲିମେଳା ବର୍ତମାନ ବାଲିମେଳା ଛାଡି ଅନ୍ୟତ୍ର କୌଣସି ଏକ ସହରରେ ସେ କାମ କରୁଥିବା ସମୟରେ ତାଙ୍କୁ ଗିରଫ କରିଥିବା ଜଣା ପଡ଼ିଛି। ଏ ନେଇ କୌଣସି ଅଧିକାରୀଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ad-week
Leave A Reply

Your email address will not be published.