ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ହତ୍ୟା ପରେ ନିଜେ ବିଷ ପିଇ ଦେଲା ସ୍ୱାମୀ

add-all

ପାଟଣାଗଡ଼: ପାରିବାରିକ କଳହରୁ କରୁଣ ପରିଣତି। ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ମାରିବା ପରେ ସ୍ୱାମୀର ହାରିଲା ଜୀବନ। ଏଭଳି ଅଭାବନୀୟ ଘଟଣା ଲରମ୍ଭା ଥାନା ଅନ୍ତର୍ଗତ ଖୁଣ୍ଟସମଲେଇ ଗାଁରେ ଘଟିଛି। ଯାହାକୁ ନେଇ ଅଞ୍ଚଳରେ ଦୁଃଖର ବାତାବରଣ ଦେଖିବାକୁ ମିଳିଛି। ଏସମ୍ପର୍କରେ ଲରମ୍ଭା ପୋଲିସ ଖବର ପାଇ ଘଟଣାସ୍ଥଳ​‌​‌ରେ ପହଞ୍ଚିଛି। ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବିକ, ଲରମ୍ଭା ଥାନା ଅନ୍ତର୍ଗତ ଖୁଣ୍ଟସମେଲଇ ଗାଁ ଅଜବ ହତ୍ୟାକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି। ପାରିବାରିକ କଳହକୁ କେନ୍ଦ୍ର କରି ପ୍ରଥମେ ପତ୍ନୀଙ୍କୁ କାଠଫାଳିଆରେ ପିଟି ପିଟି ବିଭତ୍ସ ହତ୍ୟା କରିଥିଲା ସ୍ୱାମୀ। ସ୍ତ୍ରୀକୁ ମାରିବା ପରେ ନିଜେ ବିଷ ପିଇ ଜୀବନ ହାରିଛି ପତ୍ନୀହନ୍ତା ସ୍ବାମୀ। ଘର ପଛପଟ କିଆ ବାଡିରୁ ସ୍ୱାମୀଙ୍କ ମୃତଦେବ ଠାବ ହୋଇଛି । ମୃତକ ହେଲେ ପତ୍ନୀ ହେଲେ କୁନ୍ତୀ ଟଲା ଓ ସ୍ୱାମୀ ଘାଂସି ଟଲା ବୋଲି ଜଣାପଡିଛି। । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ଲରମ୍ଭା ଥାନା ପୋଲିସ।

ad-week
Leave A Reply

Your email address will not be published.