୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ କୋଠା ନିର୍ମାଣ ମିସ୍ତ୍ରୀ ଗୁରୁତର

add-all

ଦାରିଙ୍ଗବାଡ଼ି, (୧୨/୫) : ଦାରିଙ୍ଗବାଡ଼ି ତିନିଛକ ବଜାର ମଧ୍ୟରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ କୋଠା ନିର୍ମାଣ ମିସ୍ତ୍ରୀ  ଆଜି ଗୁରୁତର ହୋଇଛନ୍ତି। ସେ ହେଲେ ଦାରିଙ୍ଗବାଡ଼ି ପଞ୍ଚାୟତ ପରପଂଙ୍କା ଗ୍ରାମର କାଳୁ ପ୍ରଧାନ(୩୦) । ଆଜି ସକାଳେ ତିନିଛକର ୩୦ଫୁଟ ଉଚ୍ଚ ଏକ କୋଠାର ପ୍ଲାଷ୍ଟର କରିବା ସମୟରେ କୌଣସି କାରଣରୁ ଖସି ବିଦ୍ୟୁତ ତାର ଉପରେ ପଡ଼ି ଗୁରୁତର ହୋଥିଲେ । କାଳୁଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଯାଇଛି। ପ୍ରକାଶ ଯେ, ତିନି ଛକରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ଏକ ତିନି ମହଲା ବିଶିଷ୍ଟ ନୂତନ କୋଠା ନିର୍ମାଣ ଚାଲିଛି। ସେଠାରେ କାଳୁ ପ୍ରଧାନ କାର୍ଯ୍ୟ କରୁଥିଲେ । ୩୦ଫୁଟ ଉଚ୍ଚତାରୁ କୌଣସି ଅସବଧାନତାରୁ ଖସି ପଡ଼ି କୋଠାକୁ ଲାଗି ଯାଇଥିବା ୧୧ କେଭି ବିଦ୍ୟୁତ ତାର ଉପରେ ପଡ଼ି ଜଳିଯାଇଛନ୍ତି। ତାଙ୍କ ଶରୀରର ବହୁ ସ୍ଥାନ ପୋଡ଼ି ଯାଇଥିବା ବେଳେ ତାର ଛିଣ୍ଡି ଯିବାରୁ କାଳୁ ତଳେ  ପଡ଼ି ଗୁରୁତର ହୋଇଥିଲେ।  ଖବର ପାଇ ଦାରିଙ୍ଗବାଡ଼ି ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ଶିବପ୍ରସାଦ ନାୟକ ଦାରିଙ୍ଗବାଡ଼ି ପୋଲିସକୁ ଖବର ଦେଇଥିଲେ। ପୋଲିସ ନିକଟରେ କୌଣସି ଲିଖତ ଅଭିଯୋଗ ହୋଇ ନ ଥିଲେ ମଧ୍ୟ ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଗୁରୁତର କାଳୁଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ଦେଖାଶୁଣା କରିବା ସହ ଘଟଣାର ତଦନ୍ତ ଚାଲିଥିବା ଆଇଆଇସି କୌଶିକ ମାଝି କହିଛନ୍ତି ।  ଛିଣ୍ଡିଥିବା ତାରକୁ ବିଦ୍ୟୁତ୍ ବିଭାଗ ମରାମତି କରିଥିବା ଜଣାପଡ଼ିଛି ।

ad-week
Leave A Reply

Your email address will not be published.