ବ୍ରଜରାଜନଗର ଉପନିର୍ବାଚନ: କଂଗ୍ରେସ ପ୍ରାର୍ଥୀ କିଶୋରଙ୍କ ପ୍ରଚାର ଆରମ୍ଭ

add-all

ଝାରସୁଗୁଡ଼ା: ମେ ୩୧ ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ। ଏହି ପରିପ୍ରେକ୍ଷୀରେ ବୁଧବାର ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି। ୧୨ ତାରିଖ ଗୁରୁବାର ନାମାଙ୍କନପତ୍ର ଯାଞ୍ଚ ଚାଲିଥିବା ବେଳେ ୧୭ ତାରିଖରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ରହିଛି । ହେଲେ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ପାଇଁ ଆଗେଇ ଆସିଛନ୍ତି।

କଂଗ୍ରେସ ପ୍ରଥମେ ନିର୍ବାଚନ ପ୍ରଚାର ଆରମ୍ଭ କରିଛି। କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ସମର୍ଥକଙ୍କ ସହ ବ୍ରଜରାଜନଗର ଗଣ୍ଡଘୋରାସ୍ଥିତ ଗ୍ରାମଦେବୀ ମା’ମୂଳଗୁଡି ମନ୍ଦିରରେ ଗୁରୁବାର ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା ସହ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି।

ନିର୍ବାଚନରେ କଂଗ୍ରେସ ଶତପ୍ରତିଶତ ବିଜୟୀ ହେବ ବୋଲି ପଟେଲ ଆଶା ରଖିଛନ୍ତି। ଏପରି କି କିଶୋର ଅଭିଜ୍ଞ ରାଜନୀତିଜ୍ଞ ହୋଇଥିବାରୁ ସେ ଉପ ନିର୍ବାଚନରେ ବିଜୟୀ ହେବେ ବୋଲି ଦଳ ଆଶା ରଖିଛି। ନିର୍ବାଚନ ପ୍ରଚାରର ପ୍ରଥମ ଦିନରେ ଦଳୀୟ ପ୍ରାର୍ଥୀ ପଟେଲଙ୍କ ସହ ବରିଷ୍ଠ ନେତା ମହେନ୍ଦ୍ର ନାଏକ, ଜିଲା ସାଧାରଣ ସମ୍ପାଦକ ଜୀବନ ସାର୍ଥକ ଦାସ, ବ୍ରଜରାଜନଗର ଟାଉନ ସଭାପତି ପ୍ରଫୁଲ ପଣ୍ଡା, ଯୁବ ସଭାପତି ଦେବେଶ ପଣ୍ଡା, ପ୍ରମୋଦ ପଣ୍ଡା, ଜିଲା ଓବିସି ସେଲ୍‌ ଅଧ୍ୟକ୍ଷ ସୁବ୍ରତ ପ୍ରଧାନ, ଲଖନପୁର ଟାଉନ ସଭାପତି ଲିଙ୍ଗରାଜ ବଢେଇ ପ୍ରମୁଖ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.