୨୧ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ

add-all

ଫୁଲବାଣୀ : ଗରୀବ ଲୋକଙ୍କ ମୁଣ୍ଡ ଉପରେ ଛାତଟିଏ ରହୁ । ଏହି ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିଵା ମାନନୀୟ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବୁଧବାର ଦିନ ୫ନଂ ୱାର୍ଡ ସ୍ଥିତ କମ୍ୟୁନିଟି ହଲ ଠାରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୨୧ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତା ରାଣୀ ମହାନ୍ତି,ସଂମ୍ମାନୀତ ଅତିଥି ଭାବେ ଫୁଲବାଣୀ ମୁନିସିପାଲଟିର ଗୃହ ନିର୍ମାଣ ଦାୟିତ୍ୱରେ ଥିବା ଅଧିକାରୀ ସୋମ୍ୟରଂଜନ ପାତ୍ର,ଟୁଟୁ ସେନାପତି, ଚନ୍ଦ୍ର ମହାପାତ୍ର ଏବଂ ୫ନଂ ୱାର୍ଡର କାଉନସିଲର ରମେଶ ଚନ୍ଦ୍ର ମହାନ୍ତି ପ୍ରମୁଖଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ପ୍ରମାଣ ପତ୍ର ପାଇବା ପରେ ୱାର୍ଡବାସୀ କାଉନସିଲର ସମେତ ପୋୖରାଧ୍ୟକ୍ଷ। ଦାୟିତ୍ୱରେ ଥିବା ସମସ୍ତ ପ୍ରମୁଖଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି।

ad-week
Leave A Reply

Your email address will not be published.