ଆସୁଛି ମୌସୁମୀ, ଏଥର ଆଗୁଆ ଛୁଇଁବ

add-all

ନୂଆଦିଲ୍ଲୀ: ଅସହ୍ୟ ଗୁଳୁଗୁଳି ଓ ଗରମ ଭିତରେ ସମସ୍ତଙ୍କ ପାଇଁ ଆସିଛି ଖୁସି ଖବର। ଏଥର ସଅଳ ଛୁଁଇବ ମୌସୁମୀ। ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ-ନିକୋବର ଦୀପପୁଞ୍ଜରେ ମେ’ ୧୫ ତାରିଖରେ ପହଞ୍ଚିବ। ମୌସୁମୀ ଏଥର ଶୀଘ୍ର ଆଗମନ କରୁଥିବା ଭାରୀତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗରକୁ ଆଗୁଆ ଅଗ୍ରସର ହେଇଥିବା ବେଳେ ମେ’ ୧୫ ସୁଦ୍ଧା ବଙ୍ଗୋପସାଗରରେ ପ୍ରବେଶ କରିବ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହାର ପୂର୍ବାନମାନ କରାଯାଇଛି। ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁଯାୟୀ, ଆଗୁଆ ମୌସୁମୀ ପାଇଁ ପାଗ ଅନୁକୁଳ ଅଛି। ତେଣୁ କେରଳ ଛୁଇଁବା ଏଥର ବେଶୀ ବିଳମ୍ବ ହେବ ନାହିଁ। ଗତ କିଛି ଦିନ ହେବ ଅସମ୍ଭାଳ ତାତି ଦେଶବସୀଙ୍କୁ ଅସ୍ତବ୍ୟସ୍ତ କରିଥିବା ଏବେ ଆଗୁଆ ମୌସୁମୀ ଖବର ସମସ୍ତଙ୍କୁ ଆଶ୍ୱସ୍ତ କରିଛି।
ସାଧାରଣତଃ କେରଳରେ ଜୁନ୍‌ ୧ରେ ମୌସୁମୀ ପହଞ୍ଚିଥଏ। ପାଣିପାଗ ବିଭାଗ ପକ୍ଷରୁ କୁହାଯାଛି ଯେ, ଆଗାମୀ ୫ ଦିନ ମଧ୍ୟରେ ଆଣ୍ଡାମାନ ନିକୋବରରେ ପ୍ରବଳ ବିଜୁଳି ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବା ସମ୍ଭବାନା ରହିଛି। ମେ ୧୪ରୁ ୧୬ ମଧ୍ୟରେ କେତେକ ସ୍ଥାନରେ ଭୀଷଣ ବର୍ଷା ହେବା ମଧ୍ୟ ସମ୍ଭାବନା ରହିଛି। ସେହିପରି ଦକ୍ଷିଣ ଆଣ୍ଡାମାନ୍ ସାଗର ଉପରେ ୪୦ରୁ ୫୦ କିମି ମଧ୍ୟରେ ପବନ ବହିବାର ସମ୍ଭାବନା ରହିଛି।

ad-week
Leave A Reply

Your email address will not be published.