ଆରମ୍ଭ ହେଲା କାରରୁ କଳାକାଚ କ୍ଳିନ୍ ଅଭିଯାନ, ଲାଗିଲେ ଗଣିବେ ୫୦୦ ଟଙ୍କା ତଣ୍ଡ

add-all

ଭୁବନେଶ୍ବର: ଟୁଇନ୍ ସିଟିରେ ଆରମ୍ଭ ହେଲା କାରରୁ କଳାକାଚ କ୍ଳିନ୍ ଅଭିଯାନ। ଏଣିକି ରାସ୍ତାରେ ଗଡିବନି କଳାକାଚ ଲାଗିଥିବା କାର। ଅପରାଧୀମାନେ କଳାକାଚ ଲାଗିଥିବା କାର୍‌ ଯୋଗେ ସହଜରେ ଅପରାଧ ଘଟାଇ ଖସିଯାଉଥିଲେ। ସିସିଟିଭି କ୍ୟାମେରା ବି କାର୍‌ ଭିତର ଦୃଶ୍ୟ ଧରିବା ସମ୍ଭବ ହେଉନଥିଲା। ଏହାକୁ ନେଇ କମିସନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ଛକ ଗୁଡ଼ିକରେ ଚେକିଂ କରାଯାଇଛି।

ଏଣିକି କାରରେ କଳାକାଚ ଲାଗିଥିଲେ ୫୦୦ ଟଙ୍କା ଗଣିବେ କାର ମାଲିକ। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଛକରେ ଧରାପଡି ୫୧ ଗାଡ଼ି ମାଲିକ ଠାରୁ ଜୋରିମାନା ଆଦାୟ ହୋଇଛି। ଏଥି ସହିତ କାରରୁ କଳାକାଚ ବାହାର କରିଛନ୍ତି ଟ୍ରାଫିକ୍ ପୋଲିସ। ଆଗକୁ ଆହୁରି ଜୋରଦାର କଡାକଡ଼ି ହେବ। ନିୟମ ଭାଙ୍ଗିଲେ ଗାଡ଼ି ସିଜ କରାଯିବ ବୋଲି ଟ୍ରାଫିକ୍ ଏସିପି ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.