ASI ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ ଲିଙ୍ଗରାଜ ଥାନାରେ ଏତଲା ଦେଲା ଜଗନ୍ନାଥ ସେନା

add-all

ଭୁବନେଶ୍ବର: ପ୍ରତ୍ନତତ୍ତ୍ୱ ବିଭାଗ ସୁପରିଟେଣ୍ଡେଟଙ୍କ ବିରୋଧରେ ଲିଙ୍ଗରାଜ ଥାନାରେ ଏତଲା ଦେଲା ଜଗନ୍ନାଥ ସେନା । ନିଜ କର୍ତ୍ତବ୍ୟ ଠିକ ଭାବରେ ତୁଲାଇ ନାହାନ୍ତି ସୁପରିଟେଣ୍ଡେଟ । ବିନା ଅନୁମତିରେ କିପରି ଶ୍ରୀ ମନ୍ଦିର ଚତଃପାର୍ଶ୍ବରେ ବେଆଇନ ଭାବେ ଖନନ କରାଗଲା? ରାଜ୍ୟ ସରକାରଙ୍କ ସହିତ ମଧୁ ଚନ୍ଦ୍ରିକା ଚାଲିଛି ନାଁ କେନ୍ଦ୍ର ମନ୍ତ୍ରୀଙ୍କ ଚାପ ରହିଛି ତାହା ସ୍ପଷ୍ଟ ହେବା ଦରକାର ବୋଲି ପ୍ରିୟଦର୍ଶୀ ମହାନ୍ତି କହିଛନ୍ତି।

ଜଗନ୍ନାଥ ସେନାର ଆବାହକ କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷା ଆମର ପ୍ରାଥମିକତା। କଣ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ କୌଣସି କାର୍ଯ୍ୟନୁଷ୍ଠାନ ନେଉନାହାନ୍ତି? ଯେହେତୁ ପ୍ରତ୍ନତତ୍ତ୍ୱ ବିଭାଗ ସୁପରିଟେଣ୍ଡେଟଙ୍କ କାର୍ଯ୍ୟଳୟ ଲିଙ୍ଗରାଜ ଥାନା ଅଧୀନରେ ଯାଉଛି ତେଣୁ ଆମେ ଏହି ଥାନାରେ ଏତଲା ଦେଲୁ। ଆମସାର ଆକ୍ଟ ୧୯୫୮,୩୦(ଗ) ଆଇପିସି ଧାରା ୧୬୬ ଅନୁଯାୟୀ ସେ ଦଣ୍ଡିତ ହେବା କଥା କିନ୍ତୁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଯେହେତୁ ନିଜ କର୍ତ୍ତବ୍ୟ ଠିକ ଭାବରେ ତୁଲାଇ ନାହାନ୍ତି ତାଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛି ଜଗନ୍ନାଥ ସେନା ।

ad-week
Leave A Reply

Your email address will not be published.