ମହିଳା ଓକିଲଙ୍କୁ ସର୍ବସମ୍ମୁଖରେ ଗୋଇଠା, ବିଧା ମାଡ଼

add-all

ବେଙ୍ଗାଲୁରୁର: ସର୍ବସମ୍ମୁଖରେ ମହିଳା ଓକିଲଙ୍କ ପ୍ରତି ଅଶୋଭନୀୟ ଆଚରଣ। ନିଜର ହିତାହିତ ଜ୍ଞାନ ଭୁଲି ମହିଳା ଓକିଲଙ୍କୁ ଆକ୍ରମଣ କଲେ । ମହିଳା ଓକିଲଙ୍କୁ ଜଣେ ବ୍ୟକ୍ତି ଅତି ନିର୍ଦ୍ଦୟ ଭାବେ ଗୋଇଠା ବିଧା ମାରୁଥିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ସମ୍ବେଦନଶୀଳ ଘଟଣା ବେଙ୍ଗାଲୋରୁର ବିନାୟକ ନଗରରରୁ ଆସିଛି। ପୁଲିସ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି।
ରବିବାର ଏହି ଘଟଣା ଘଟିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ମହିଳାଙ୍କ ପଡ଼ୋଶୀ ମହାନ୍ତେଶ। ଭାଇରାଲ ହେଉଥିବା ଭିଡିଓରେ ବ୍ୟକ୍ତି ଜଣକ ମହିଳାଙ୍କୁ ଗୋଇଟା ବିଧା ମାରୁଛନ୍ତି। ମହି ଝରକ ନିଜକୁ ରକ୍ଷା କରିବା ପାଇଁ ପ୍ଲାଷ୍ଟିକ ଚେୟର ଉଠାଇ ପ୍ରତିରୋଧ କରୁଥିବା ବେଳେ ବ୍ୟକ୍ତିଜଣକ ନିର୍ମମ ହୋଇ ଆହୁରି ପିଟିଥିଲେ। ଏହି ଘଟଣା ସର୍ବସମ୍ମଖରେ ଘଟୁଥିଲେ ମଧ୍ୟ କେହି ମହିଳାଙ୍କୁ ବଞ୍ଚାଇବାକୁ ଆସି ନଥିଲେ।
କିନ୍ତୁ ଏହି ଦୃଶ୍ୟକୁ ଦେଖିବାକୁ ସେଠାରେ ଲୋକେ ରୁଣ୍ଡ ହୋଇ ଭିଡିଓ ସୁଟ୍ କରୁଥିଲା। ବ୍ୟକ୍ତିଗତ ଶତ୍ରୁତାକୁ ଉଭୟଙ୍କ ମଧ୍ୟରେ କଳହ ଉପୁଜି ଥିଲା। ଦୁହିଙ୍କ ମଧ୍ୟରେ ଝଗଡ଼ା ଉଗ୍ର ରୂପ ଧାରଣ କରିବା ପରେ ବ୍ୟକ୍ତି ଜଣକ ସମ୍ପୃକ୍ତ ମହିଳାଙ୍କୁ ମାଡ଼ ମାରିଥିବା ପୁଲିସ କହିଛି। ତେବେ ସର୍ବସାଧାରଣରେ ଜଣେ ମହିଳାଙ୍କ ପ୍ରତି ଏମିତି ବ୍ୟବହାରକୁ ସୋଶାଲ ମିଡିଆରେ ତୀବ୍ର ନିନ୍ଦା କରାଯାଇଛି।

ad-week
Leave A Reply

Your email address will not be published.