କରୋନା ସମୟରେ ଗଙ୍ଗା ନଦୀ କୂଳରୁ ମିଳିଥିଲା କେତେ ମୃତଦେହ, ସରକାରଙ୍କୁ ରିପୋର୍ଟ ମାଗିଲେ ଗ୍ରୀନ ଟ୍ରିବ୍ୟୁନାଲ

add-all

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହରୀ ସମୟରେ ଉତ୍ତରପ୍ରଦେଶ ଓ ବିହାରର ଗଙ୍ଗା ନଦୀରେ ଭାସୁଥିବା ମୃତଦେହ ଘଟଣାକୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (NGT) ଗୁରୁତର ସହ ନେଇଛି। କୋଭିଡ ମହାମାରୀ ଆରମ୍ଭ ହେବା ପରଠାରୁ ଚଳିତ ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଗଙ୍ଗାରେ ଭାସୁଥିବା ଏବଂ ନଦୀ କୂଳରେ ପୋତି ଦିଆଯାଇଥିବା ମୃତଦେହ ସଂଖ୍ୟା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବାକୁ ଏନଜିଟି(ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ) ଉଭୟ ରାଜ୍ୟ ସରକାରଙ୍କୁ କହିଛନ୍ତି । ଜଷ୍ଟିସ ଅରୁଣ କୁମାର ତ୍ୟାଗୀ ଏବଂ ବିଶେଷଜ୍ଞ ସଦସ୍ୟ ଡକ୍ଟର ଆଫ୍ରୋଜ ଅହମ୍ମଦଙ୍କ ବେଞ୍ଚ ଉତ୍ତରପ୍ରଦେଶ ଓ ବିହାରର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ)ଙ୍କୁ ଏହି ପ୍ରସଙ୍ଗରେ ଏକ ପ୍ରକୃତ ଯାଞ୍ଚ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।
କୋଭିଡ -୧୯ ଆରମ୍ଭ ପୂର୍ବରୁ ଏବଂ ୨୦୨୦, ୨୦୨୧ ମସିହାରେ ଓ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ଏବଂ ବିହାରର ଗଙ୍ଗା ନଦୀରେ କେତେ ମୃତଦେହ ଭାସୁଥିବାର ଦେଖାଯାଇଥିଲା ବୋଲି ଖଣ୍ଡପୀଠ ପଚାରିଛନ୍ତି । ଏହା ଛଡା କେତେ ମୃତଦେହକୁ ନଦୀକୂଳରେ ପୋତାଯାଇଥିଲା ସେ ନେଇ ରିପୋର୍ଟ ଦେବାକୁ କୁହାଯାଇଛି | ଏଥିସହ ଉତ୍ତରପ୍ରଦେଶ ଏବଂ ବିହାର ସରକାର ଶବଦାହ ପାଇଁ କେତେ ସହାୟତା କରିଛନ୍ତି? ଜନସଚେତନତା ସୃଷ୍ଟି କରିବା ଏବଂ ଗଙ୍ଗା ନଦୀରେ ମୃତଦେହ ଭସାଇବାକୁ ରୋକିବା ପାଇଁ କେଉଁ ପଦକ୍ଷେପ ନିଆଯାଇଛି? ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି |
ଟ୍ରିବ୍ୟୁନାଲ ଜାଣିବାକୁ ଚେଷ୍ଟା କରିଛନ୍ତି ଯେ କୌଣସି ଅପରାଧିକ ମାମଲା ପଞ୍ଜିକୃତ ହୋଇଛି କି ନାହିଁ? ଏନଜିଟି ଆହୁରି ମଧ୍ୟ ପଚାରିଛନ୍ତି ଯେ ପରିବେଶ ନିୟମର କୌଣସି ଉଲ୍ଲଂଘନ ହୋଇଛି କି ନାହିଁ ? ଏନଜିଟି ସାମ୍ବାଦିକ ସଞ୍ଜୟ ଶର୍ମାଙ୍କ ଏକ ପିଟିସନର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି |

ad-week
Leave A Reply

Your email address will not be published.