ରାଜ୍ୟ ପୁଲିସ ଓ ପରିବହନ ବିଭାଗର ଦୁଇଦିନିଆ ପ୍ରଶିକ୍ଷଣ ଶିବିର

add-all

କଟକ: ରାଜ୍ୟରେ ଦୁର୍ଘଟଣାଜନିତ ଅନୁସନ୍ଧାନକୁ ସଠିକ ଢଙ୍ଗରେ କିପରି କରାଯାଇ ପାରିବ ସେନେଇ ଦୁଇଦିନିଆ ପ୍ରଶିକ୍ଷଣ ଶିବିର କଟକର ସହିଦ ଭବନରେ ଆୟୋଜିତ ହୋଇଛି। ଏଥିରେ ରାଜ୍ୟ ପୁଲିସ ଓ ପରିବହନ ବିଭାଗର ମିଳିତ ସହଯୋଗରେ ୩ଟି ଜିଲ୍ଲାର ୪୦ ପୁଲିସ ଅଧକାରୀ ଓ ୧୫ ଜଣ ପରିବହନ ଅଧିକାରୀ ପ୍ରଶିକ୍ଷଣ ନେବେ।ପ୍ରଶିକ୍ଷଣ ନେଇଥିବା ଏହି ଅଧିକାରୀମାନେ ସଡ଼କ ଦୁର୍ଘଟଣା ରୋକିବା ସହ ତାହାର କାରଣ ଓ ନିରାକରଣ ପାଇଁ ଅନୁସନ୍ଧାନ କରିବେ।

ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ପରିବହନ କମିସନର ତଥା କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଯୋଗ ଦେଇ ଅଧିକାରୀମାନଙ୍କୁ ଦୁର୍ଘଟଣାର କିଭଳି ସଠିକ ଢଙ୍ଗରେ ଅନୁସନ୍ଧାନ କରାଯାଇପାରିବ ସେନେଇ ପରାମର୍ଶ ଦେଇଥିଲେ। କେବଳ ଗାଡ଼ିଚାଳକମାନଙ୍କ ପାଇଁ ଦୁର୍ଘଟଣା ହେଉଛି, ତାହା ନୁହେଁ ବରଂ ଅନେକାଂଶରେ ଦୁର୍ଘଟଣା ପାଇଁ ପୁଲିସ ଓ ପରିବହନ ବିଭାଗ ବି ଦାୟୀ ବୋଲି କହିଥିଲେ କମିସନର। ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲାପାଳ ଭବାନୀ ଶଙ୍କର ଚୟିନୀ ପରିବହନ ଯୁଗ୍ମ କମିସନର ଓ କଟକ ଆରଟିଓ ଉପସ୍ଥିତ ରହିଥିଲେ ।

ad-week
Leave A Reply

Your email address will not be published.