ଝିଅ ବିବାହ ବେଦୀରେ ହାତରୁ କାଢିଲା ଚୁଡି, ମଥାରୁ ପୋଛିଲା ସିନ୍ଦୁର, ବର ବେହୋସ୍

add-all

ଜଳେଶ୍ୱର: ମୋର ସ୍ୱାମୀ ଅଛି, ମୁଁ ବାହା ହେଇପାରିବିନି। ହାତରୁ କାଢିଦେଲା ଚୁଡି, ଆଉ ମଥାରୁ ପୋଛିଦେଲା ସିନ୍ଦୁର । କନ୍ୟାର ଏପରି ରୂପ ଦେଖି ବେହୋସ ହୋଇଗଲା ବେଦୀରେ ବସିଥିବା ବର । ବାଲେଶ୍ୱର ବାଲିଆପାଳ ଥାନା ରେମୁଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ବାଲିଆପାଳ ଥାନା ରେମୁଗାଁରେ ବେଶ୍‌ ସୁରୁଖୁରୁରେ ବାହାଘର ଚାଲିଥିଲା । ହଠାତ୍‌ ବିବାହ ବେଦୀରୁ ଉଠିଗଲା ଝିଅ। ବରକୁ ଦେଖି ବିରକ୍ତ ହୋଇ ବିବାହ ବେଦୀରୁ ଉଠିଗଲା କନ୍ୟା । ହାତରୁ ଫିଙ୍ଗିଦେଲା ଶଙ୍ଖା ଚୁଡ଼ି। ଆଉ କହି ଚାଲିଲା ମୁଁ ପୂର୍ବରୁ ବିବାହ କରିଛି । ମୁଁ ଆଉ ଥରେ ବିବାହ କରିପାରିବିନି । ଏକଥା ଶୁଣି ଝିଅର ପରିବାର ଲୋକେ ଅତ୍ୟନ୍ତ ରାଗିଯାଇଥିଲା । ନିଜ ଝିଅକୁ ଟଣାଓଟରା କରିବା ସହ ପ୍ରବଳ ମାଡ଼ ମାରିଥିଲେ । ଯଦି ତୁ ବିବାହ କରିଛୁ, ତେବେ କାହାକୁ ଓ କେତେବେଳେ ବିବାହ କରିଛୁ ବୋଲି ପରିବାର ଲୋକେ ଝିଅକୁ ପ୍ରଶ୍ନ କରିଛନ୍ତି ।

ସେପଟେ ଏହି ଘଟଣାର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ବାହାଘର ପାଇଁ ପାରମ୍ପରିକ ଢଙ୍ଗରେ ବର ସହିତ ବରଯାତ୍ରୀ ଆସି ବିବାହ ବେଦୀରେ ପ୍ରସ୍ତୁତି ଚାଲିଥିବା ବେଳେ ଏହି ଅଘଟଣ ଘଟିଛି। ବରକୁ ଦେଖି କୌଣସି କାରଣରୁ କନ୍ୟା ବିରକ୍ତ ହୋଇଯାଇ ହାତରୁ ଶଙ୍ଖା ଚୁଡ଼ି ଫିଙ୍ଗିଦେଇ ବିବାଦ ବେଦୀରୁ ଉଠିଯାଇଥିଲେ। ଆଉ ଏହାକୁ ଦେଖି ବେହୋସ୍ ହୋଇଯାଇଥିଲେ ବର। ତେବେ ଏଠି ପ୍ରଶ୍ନ ଉଠୁଛି । ଯଦି ଯୁବତୀ ଜଣଙ୍କ ପୂର୍ବରୁ ବିବାହ କରିଥିଲେ । ତେବେ ଏବେ ସେ କଣ ପାଇଁ ବିବାହ ବେଦୀରେ ବସିଥିଲେ ।

ad-week
Leave A Reply

Your email address will not be published.