ରାଉରକେଲା ରେ ଅଗ୍ନିଶମ ବିଭାଗ ତରଫରୁ ବିଭିନ୍ନ ହସପିଟାଲ , ହୋଟେଲ , ମଲ ମାନଙ୍କରେ ଯାଞ୍ଚ କଡାକଡି : ଅଗ୍ନି ନିର୍ବାପକ ସିଷ୍ଟମ ସୁଧାରିବାକୁ ନିର୍ଦେଶ…

add-all

ରାଉରକେଲା : ଦିଲ୍ଲୀ ରେ ଅଗ୍ନିକାଣ୍ଡ ଘଟି ୨୭ ଜଣଙ୍କ ଦୁଃଖଦ ମୃତ୍ୟୁ ପରେ ଏବେ ରାଜ୍ୟ ସରକାରଙ୍କ ଚେତା ପଶିଛି। ସରକାରଙ୍କ ନିର୍ଦ୍ଧେଶ କ୍ରମେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ହୋଟେଲ , ହସପିଟାଲ , ମଲ ଆଦି ରେ ଅଗ୍ନି ନିର୍ବାପକ ସିଷ୍ଟମ ର ଯାଞ୍ଚ ଚାଲିଛି।
ରାଉରକେଲା ରେ ମଧ୍ୟ ଦୁଇଦିନ ହେଲା ଅଗ୍ନିଶମ ବିଭାଗ ପକ୍ଷରୁ ସହରର ବିଭିନ୍ନ ହସପିଟାଲ , ହୋଟେଲ , ମଲ ଆଦିରେ ଯାଞ୍ଚ କାର୍ଯ୍ୟ ଚାଲିଛି। ଆସିଷ୍ଟାଣ୍ଟ ଫାୟାର ଅଫିସର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଫାୟାର ଟିମ ଏହି କାର୍ଯ୍ୟ ସମ୍ପାଦନ କରୁଛି। ଯେଉଁମାନେ ଅଗ୍ନି ନିର୍ବାପକ ଯନ୍ତ୍ରପାତି ଠିକ ଭାବେ ଲଗାଇ ନାହାନ୍ତି ସେମାନଙ୍କୁ ଏହା ସୁଧାରିବାକୁ ନିର୍ଦେଶ ଦିଆଯାଇଛି। ଏହାଛଡା ଅଗ୍ନିକାଣ୍ଡ ଘଟିଲେ କିପରି ଜନ ଜୀବନ ହାନି ନଘଟିବ ଏବଂ ସମ୍ପତ୍ତି କୁ ରକ୍ଷା କରାଯାଇ ପାରିବ ତାର ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥିଲା। ଏହି ଯାଞ୍ଚ କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସହାୟକ ଅଗ୍ନିଶମ ଅଧିକାରୀ କହିଛନ୍ତି।

ad-week
Leave A Reply

Your email address will not be published.