ଆସାମରେ ବନ୍ୟା ସ୍ଥିତି ଉତ୍କଟ,୨ ଲକ୍ଷ ଲୋକ ପ୍ରଭାବିତ

add-all

ଗୌହାଟି: ଆସାମରେ ବନ୍ୟା ସ୍ଥିତି ଉତ୍କଟ ରୂପ ଧାରଣା କରିଛି। ଯୁଆଡେ ଚାଲିଲେ ଖାଲି ପାଣି, ଆଉ ପାଣି। ଗାଁ, ରାସ୍ତା, ଟ୍ରେନ୍‌ ଲାଇନ୍‌ ସବୁ କିଛି ବୁଡ଼ି ଯାଇଛି। କେଉଁଠି ଭାସିଛି ଟ୍ରେନ୍‌, କେଉଁଠି ବୁଡ଼ିଛି ଘର ଆଉ କେଉଁଠି ଭାସି ଯାଇଛି ହାତୀ । ପ୍ରକୃତିର କରାଳ ରୂପ କେତେ ଭୟଙ୍କର ହୋଇପାରେ ଏ ସବୁ ଦୃଶ୍ୟ ହିଁ ବୟାନ କରୁଛି ।

ସ୍ଥିତି ଏଭଳି ହୋଇଛି ଯେ, ଟ୍ରେନ୍‌ ପାଣିରେ ବୁଡ଼ି ରହିଛି । କିଛି ବଗି ଭାସି ମଧ୍ୟ ଯାଉଛି। ରାଜ୍ୟରେ ହୋଇଥିବା ଭୀଷଣ ବନ୍ୟାରେ ପ୍ରାୟ ୨ ଲକ୍ଷ ଲୋକ ପ୍ରଭାବିତ । ବନ୍ୟା ଯୋଗୁ ୨୦ଟି ଜିଲ୍ଲାର ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ୨ ଲକ୍ଷ ଲୋକେ ଦୁର୍ଦ୍ଦଶାଘେରରେ ଅଛନ୍ତି। ସେହିପରି ଭୂସ୍ଖଳନ ଯୋଗୁ ରାସ୍ତାଘାଟ ଅବରୋଧ ହେବା ସହ ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ବନ୍ୟା ଯୋଗୁ ଚାଚର ଜିଲ୍ଲାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାହାଡ଼ିଆ ଅଞ୍ଚଳ ଡିମା ହାସାଓ ଜିଲ୍ଲାରେ ଭୂଷ୍ଖଳନ ଘଟି ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ପ୍ରାକୃତିକ ବିପର୍ୟ୍ୟୟ ପାଇଁ ଆସାମରେ ଏକାଦଶ ପରୀକ୍ଷା ବାତିଲ କରାଯାଇଛି। ଏହି ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବାର ଥିଲା। ଏବେବି ଆସାମର ବାରକା ଭ୍ୟାଲି ଓ ଡିମା ହାସାଓ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳଘେରରେ ରହିଛି।

ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମାଙ୍କ ସହ ଆଲୋଚନା କରିଛନ୍ତି। ବନ୍ୟା ପ୍ରପୀଡ଼ିତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଅମିତ ଶାହ ପ୍ରତିଶ୍ରୁତି ଦେଇଛନ୍ତି। ଆସାମରେ ଅବିଶ୍ରାନ୍ତ ବର୍ଷା ପରେ ବନ୍ୟାରେ ଉବୁଟୁବୁ ହୋଇଛି ରାଜ୍ୟ। ୨୦ଟି ଜିଲ୍ଲାର ୬୫୨ ଟି ଗାଁ ପାଣି ଘେରରେ ରହିଛି । ଭୂସ୍ଖଳନ ଯୋଗୁଁ ମାଟି ଧସି ପାହାଡିଆ ଜିଲ୍ଲା ଦିମା ହାସାଓ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି । ବିଶେଷ ଭାବେ କାଛର, ଧେମାଜି, କର୍ବି-ଆଙ୍ଗଲଙ୍ଗ, ନାଗାଓଁ, ନାଲବରୀ ଓ କାମରୂପ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ।

ad-week
Leave A Reply

Your email address will not be published.