କୃଷ୍ଣ ଜନ୍ମଭୂମିରୁ ମସଜିଦ୍‌ ହଟାଇବାକୁ ଦାବି : ଶୁଣାଣି ପାଇଁ କୋର୍ଟ ରାଜି

add-all

ଲକ୍ଷ୍ନୌ: ଦେଶରେ ଏବେ ମନ୍ଦିର-ମସଜିଦ୍‌ ବିବାଦ ଉଗ୍ର ହେଉଛି । ଗତ କିଛି ଦିନ ହେବ ଧାର୍ମିକ ବିବାଦକୁ ନେଇ ଏକାଧିକ ମାମଲା ସାମ୍ନାକୁ ଆସିଛି। ଆଉ ସେହି ତାଲିକାରେ ମଥୁରାର ଶ୍ରୀ କୃଷ୍ଣ ଜନ୍ମ ଭୂମି ପ୍ରସଙ୍ଗ ଯୋଡ଼ି ହୋଇଯାଇଛି। ମଥୁରାରେ ଏକ ମସଜିଦ୍‌ ହଟାଇବା ନେଇ କୋର୍ଟରେ ମାମାଲା ଦାୟର ହୋଇଛି। ଏହି ମସଜିଦ୍‌ ଭଗବାନ କୃଷ୍ଣ ଜନ୍ମଭୂମିରେ ତିଆରି ହୋଇଥିବା ଅଭିଯୋଗ ହୋଇଛି। ମାମଲାର ଶୁଣାଣି ପାଇଁ କୋର୍ଟ ରାଜି ହୋଇଛନ୍ତି। ଅନେକ ହିନ୍ଦୁ ସଙ୍ଗଠନ ପକ୍ଷରୁ ଉପରୋକ୍ତ ଅଭିଯୋଗ ଆଣି କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ।
କତ୍ରା କେଶବ ଦେବ ମନ୍ଦିର ନିକଟରେ ଥିବା ୧୭୦୦ ଶତାବ୍ଦୀର ଥିବ ସାହି ଇଦ୍‌ଘା ମସଜିଦ୍‌କୁ ହଟାଇବା ପାଇଁ ଦାବି ହୋଇଛି। ଏହି ମସଜିଦ୍‌ଟି ଭଗବାନ କୃଷ୍ଣଙ୍କ ଜନ୍ମ ଭୂମିରେ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି। ମୋଗଲ ଶାସକ ଔରଙ୍ଗାଜେବ(୧୬୬୯-୭୦) ଏହି ମସଜିଦ୍‌ ନିର୍ମାଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଗତ କିଛି ଦିନ ହେଲା ଉତ୍ତରଭାରତରେ ମନ୍ଦିର-ମସଜିଦକୁ ନେଇ ବିବାଦ ତେଜିବାରେ ଲାଗିଛି।
ବାରାଣସିରେ ଜ୍ଞାନବାପୀ ମସଜିଦ୍‌ରେ ଶିବ ମୂର୍ତ୍ତି ଥିବା ଦାବି ଉଠିଥିବା ବେଳେ ରାଜଧାନୀ ଦିଲ୍ଲୀରେ କୁତବ ମିନାରକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି। ଏଏସ୍‌ଆଇର ଜଣେ ପୂର୍ବତନ ଆଞ୍ଚଳିକ ଅଧିକାରୀ। ଧର୍ମବୀର ଶର୍ମା କହିଛନ୍ତି, ଏହା କୁତବ ମିନାର ନୁହେଁ, ବରଂ ଗୋଟିଏ ସୂର୍ଯ୍ୟ ସ୍ତମ୍ଭ। କୁତବ ମିନାରକୁ ରାଜା ବିକ୍ରମାଦିତ୍ୟ ତିଆରି କରିଥିଲେ। ଏହାକୁ କୁତବ ଅଲ ଦିନ ଐବାକ ତିଆରି କରି ନଥିଲେ ବୋଲି ସେ କହିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ad-week
Leave A Reply

Your email address will not be published.