ଓଡ଼ିଆ ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ଥାନାରେ ଏତଲା

add-all

ଭୁବନେଶ୍ୱର: ପୁଣି ବିବାଦରେ ଓଲିଉଡ୍‌ର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର। ସଂଗୀତକାର ଜାପାନୀ ଅଭିଯୋଗ କରିଛନ୍ତି ଯେ, ପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଇବାକୁ ସେ ତାଙ୍କୁ ବାରମ୍ବାର ନିବେଦନ କରିଥିଲେ ବି ସେ ତାକୁ ପ୍ରତ୍ୟାଖାନ କରୁଛନ୍ତି। ଖାଲି ଏତିକି ନୁହେଁ, ଏଥିପାଇଁ ସେ ଜାପାନୀଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିବା ଥାନାରେ ଏତଲା ହୋଇଛି। ଏନେଇ ଜାପାନୀ ଓ ତାଙ୍କର କିଛି ସହଯୋଗୀ ଭୁବନେଶ୍ୱର ଖାରବେଳ ଥାନାରେ ଅଭିଯୋଗ କରିଛନ୍ତି।

ଗତ ୫ ବର୍ଷ ଧରି ସେ ହ୍ୟୁମାନଙ୍କୁ ଜଗନ୍ନାଥ ଭଜନ ଗାଇବାକୁ ନିବେଦନ କରି ଆସୁଛନ୍ତି। ହେଲେ ସବୁଥର ସେ ଏହାକୁ ଏଡ଼ାଇ ଦେଇଛନ୍ତି ବୋଲି ଜାପାନୀ ଅଭିଯୋଗ କରିଛନ୍ତି। ନିକଟରେ ହ୍ୟୁମାନଙ୍କ ଜଣେ ସହଯୋଗୀ ଜାପାନୀଙ୍କ ବନ୍ଧୁ ତଥା ଗୀତିକାର ତପୁଙ୍କୁ ଫୋନ୍ କରି ଧମକ ଦେଇଥିଲେ।

କଟକ ଆସିଲେ ଜାପାନୀଙ୍କୁ ଜୀବନରେ ମାରି ଦେବେ ବୋଲି ହ୍ୟୁମାନ ସାଗରଙ୍କ ସହଯୋଗୀ ଧମକ ଦେଇଥିବା ଥାନାରେ ଏତଲା ହୋଇଛି।

ad-week
Leave A Reply

Your email address will not be published.