ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍‌ ଆବେଦନ ଖାରଜ

add-all

କଟକ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନିୟମିତ ଜାମିନକୁ ଖାରଜ କଲେ ଓଡ଼ିଶା ହାଇକୋର୍ଟ। ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାରେ ସେ ଆବେଦନ କରିଥିବା ଜାମିନ ହାଇକୋର୍ଟରେ ଖାରଜ ହୋଇଛି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଏବେ ଅନ୍ତରୀଣ ଜାମିନରେ ଥିଲେ ପ୍ରଶାନ୍ତ ଜଗଦ୍ଦେବ। ନିୟମିତ ଜାମିନ ଖାରଜ ପରେ ବିଧାୟକ ପ୍ରଶାନ୍ତଙ୍କୁ ପୁଣି ଜେଲ ଯିବାକୁ ପଡ଼ିବ।

ପୂର୍ବରୁ ଏପ୍ରିଲ ୨୨ରେ ହାଇକୋର୍ଟ ମାମଲାର ଶୁଣାଣି କରି ଜଗଦ୍ଦେବଙ୍କୁ ୭ ଦିନ ଅନ୍ତରୀଣ ଜାମିନ ମଞ୍ଜୁର କରିଥିଲେ। ସର୍ତ୍ତ ପୂରଣ ପରେ ତାଙ୍କୁ ନିମ୍ନ ଅଦାଲତ ଜାମିନରେ ଛାଡ଼ିଥିଲେ। ପରବର୍ତ୍ତୀ ସମୟରେ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ପାଇଁ ଜଗଦ୍ଦେବ ହାଇକୋର୍ଟରେ ମଧ୍ୟବର୍ତ୍ତିକାଳୀନ ଆବେଦନ କରିଥିଲେ। ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅନ୍ତରୀଣ ଜାମିନ ଅବଧି ମେ୪ ତାରିଖରେ ପୁଣି ୭ ଦିନ ପାଇଁ ବୃଦ୍ଧି ପାଇଥିଲା। ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ବରୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିବା ବେଳେ ଆଜି ନିୟମିତ ଜାମିନକୁ ମଧ୍ୟ ଖାରଜ କରିଛନ୍ତି। ଇତି ମଧ୍ୟରେ ଅନ୍ତରୀଣ ଜାମିନ ଅବଧି ଶେଷ ହୋଇଥିବାରୁ ଜଗଦ୍ଦେବ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବେ ଓ ଏ ସମ୍ପର୍କିତ ସାର୍ଟିଫିକେଟ ହାଇକୋର୍ଟରେ ଦାଖଲ କରାଯିବ।

ପ୍ରକାଶ ଯେ ବିଜେପି କର୍ମୀ ଓ ସାଧାରଣ ଜନତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ଅଭିଯୋଗରେ ଜଗଦ୍ଦେବଙ୍କୁ ବାଣପୁର ପୁଲିସ ଗିରଫ କରିଥିଲା।

ad-week
Leave A Reply

Your email address will not be published.