ପାକିସ୍ତାନରେ ମିଲିଟାରୀ ଆଉଟପୋଷ୍ଟ କରିବ ଚୀନ 

add-all

ନୂଆଦିଲ୍ଲୀ: ବିସ୍ତାରବାଦୀ ଚୀନର ଆଉ ଏକ ବଡ଼ ଷଡଯନ୍ତ୍ର । ପାକିସ୍ତାନରେ କାମ କରୁଥିବା ନିଜ ଲୋକଙ୍କ ପାଇଁ ଏକ ସୈନ୍ୟ ଶିବିର ନିର୍ମାଣ କରିବା ପାଇଁ ଇସଲାମାବାଦ ଉପରେ ଚାପ ପ୍ରୟୋଗ କରୁଛି ବେଜିଂ। ଉଲ୍ଲେଖଯୋଗ୍ୟ ଯେ ନିକଟରେ ଲାହୋରର ଏକ ବିଶ୍ୱବିଦ୍ୟାଳୟରେ ବିସ୍ଫୋରଣ ଘଟିଥିଲା ଏବଂ ଏଥିରେ ୩ ଜଣ ଚୀନ ନାଗରିକଙ୍କ ମୃତ୍ୟୁ ହୋଇଥିଲା।

ପାକିସ୍ତାନରେ ହଜାର ହଜାର ସଂଖ୍ୟାରେ ଚୀନ ନାଗରିକ କାମ କରନ୍ତି । ଏହି ସମସ୍ତ ଚୀନ ନାଗରିକ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର(ସିପିଇସି) ପ୍ରକଳ୍ପରେ ନିୟୋଜିତ ଅଛନ୍ତି । ପାକିସ୍ତାନର କରାଚୀ, ବାଲୁଚିସ୍ତାନ ଏବଂ ଗିଲଗିଟ୍ ବାଲଟିସ୍ତାନରେ ଚୀନ ଏହି ଅର୍ଥନୈତିକ କରିଡର ନିର୍ମାଣ କରୁଛି।

ନ୍ୟୁଜ ୧୮ର ରିପୋର୍ଟ ଅନୁସାରେ, ପାକିସ୍ତାନରେ ନିଜ ନାଗରିକଙ୍କ ସୁରକ୍ଷା ପାଇଁ ଚୀନ ଲଗାତାର ଦାବି କରିଆସୁଛି। ଶୀଳତ ଯୁଦ୍ଧ ସମୟରେ ଆମେରିକା ନିୟନ୍ତ୍ରଣରେ ଥିବା ସ୍ଥାନ ଉପରେ ଏବେ ଚୀନର ନଜର ରହିଛି। ରିପୋର୍ଟ ଅନୁସାରେ, ସିପିଇପି ପ୍ରୋଜେକ୍ଟର ଋଣକୁ ଫେରାଇ ନେବାର ପ୍ରତିଶ୍ରୁତି ଦେଇ ପାକିସ୍ତାନକୁ ରାଜି କରାଇବାକୁ ଚୀନ ପ୍ରାୟସ କରୁଛି। ଉଲ୍ଲେଖଯୋଗ୍ୟ ଯେ, ଆର୍ଥିକ ସଂକଟ ଯୋଗୁଁ ଦୀର୍ଘ ସମୟ ଧରି ଚୀନ ନିକଟରେ ଋଣକୁ ନେଇ ଏହି ଦାବି କରିଆସୁଛି ପାକିସ୍ତାନ।

ସିପିିଇସି ପ୍ରକଳ୍ପକୁ ନେଇ ପାକିସ୍ତାନର ବନ୍ଧୁ ରାଷ୍ଟ୍ର ଚୀନକୁ ସେହି ଦେଶରେ ଜୋରବାର ବିରୋଧ କରାଯାଉଛି। ବଲୁଚିସ୍ତାନର ବିଦ୍ରୋହୀ ସଂଗଠନ BLA କଡା ବିରୋଧ କରୁଛି। ବଲୁଚର ବିଦ୍ରୋହୀମାନେ ଚୀନର ପ୍ରକଳ୍ପକୁ ବିରୋଧ କରି ଆସୁଛନ୍ତି । ୬୦ ବିଲିୟନ ଡଲାରରେ ନିର୍ମାଣ ହେଉଥିବା ଚୀନ ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ପ୍ରୋଜେକ୍ଟକୁ ଟାର୍ଗେଟ କରି ବହୁ ଆକ୍ରମଣ କରିସାରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସିପିଇସି ପ୍ରୋଜେକ୍ଟ ଜରିଆରେ ୩୦୦୦ କିଲୋମିଟର ଲମ୍ୱର ଭିତ୍ତିଭୂମି ନିର୍ମାଣ କରୁଛି ବେଜିଂ । ଏହା ଚୀନର ଉତ୍ତରପଶ୍ଚିମ ସିନଜିଆଙ୍ଗ ଏବଂ ପାକିସ୍ତାନର ପଶ୍ଚିମପ୍ରାନ୍ତରେ ଥିବା ଗ୍ୱାଦର ବନ୍ଦରକୁ ସଂଯୋଗ କରିବ।

ad-week
Leave A Reply

Your email address will not be published.