ଜ୍ଞାନବାପୀ ମସ୍‌ଜିଦ୍ ଉପରେ ନେତାଙ୍କ ମନ୍ତବ୍ୟକୁ ବଜରଙ୍ଗ ଦଳର ବିରୋଧ; ଅଖିଳେଶ, ଅଶୋକ ଓ ଓୱେସୀଙ୍କ କୁଶପୁତ୍ତଳିକା ଦାହ କଲେ କର୍ମୀ

add-all

ନୂଆଦିଲ୍ଲୀ: ଜ୍ଞାନବାପୀ ମସ୍‌ଜିଦ୍ ଉପରେ ମନ୍ତବ୍ୟ ଦେଇଥିବାରୁ ରାଜନେତାଙ୍କ କୁଶପତ୍ତଳିକା ଦାହ କଲେ ବଜରଙ୍ଗ ଦଳ କର୍ମୀ। ନେତାମାନଙ୍କର ମନ୍ତବ୍ୟକୁ ବିରୋଧ କରି ଶୁକ୍ରବାର ଉତ୍ତର ପ୍ରଦେଶର କାନପୁର ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବଜରଙ୍ଗ ଦଳର କର୍ମୀ। ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ୍ ଏବଂ ସାଂସଦ ଅସଦୁଦ୍ଦିନ ଓୱେସୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।

ନେତାଙ୍କ ମନ୍ତବ୍ୟକୁ ବିରୋଧ କରି ଦଳର କର୍ମୀମାନେ କାନପୁର ସ୍ଥିତ ଭାରତମାତା ପ୍ରତିମୂର୍ତ୍ତି ନିକଟରେ ଏକାଠି ହୋଇଥିଲେ। ମନ୍ତବ୍ୟ ଦେଇଥିବା ନେତାଙ୍କ ବିରୋଧରେ ସ୍ଲୋଗାନ ଦେବା ସହିତ କୁଶପୁତ୍ତଳିକା ଦାହ କରିଥିଲେ। ବିକ୍ଷୋଭର ନେୃତୃତ୍ୱ ନେଇଥିବା ପ୍ରକାଶ ଶର୍ମା କହିଛନ୍ତି ” ଜ୍ଞାନବାପୀ ମସ୍‌ଜିଦ୍ ଭିତରେ ଶିବଲିଙ୍ଗ ମିଳିବା ଦିନ ଠାରୁ କିଛି ଲୋକ ମାନସିକ ଭାରାସାମ୍ୟ ହରାଇ ବସିଛନ୍ତି। ତେଣୁ ଆମେ ଆଜି ତାଙ୍କର କୁଶପୁତ୍ତଳିକା ଦାହ କରି ତାଙ୍କୁ ମେସେଜ୍ ଦେବାକୁ ଚାହୁଁଛୁ ଯେ ସେମାନେ ହିନ୍ଦୁ ବିଶ୍ୱାସ ଓ ମନ୍ଦିର ଉପରେ ମନ୍ତବ୍ୟ ଦେବା ବନ୍ଦ କରନ୍ତୁ। ନହେଲେ ଆମେ ସେମାନଙ୍କୁ ସେମାନଙ୍କ ଜାଗା ଦେଖାଇଦେବୁ। “

କଣ କହିଥିଲେ ନେତା ?

ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ- ବିଜେପି ସମାଜକୁ ସାମ୍ପ୍ରଦାୟରେ ଭାଗ ଭାଗ କରିବାକୁ ଚାହୁଁଛି। ତା ସହିତ ମୁସଲମାନ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଚାହୁଁଛି।
ଅଶୋକ ଗେହେଲୋଟ- ବାରାଣସୀର ଜ୍ଞାନବାପୀ ମସ୍‌ଜିଦ୍‌ ଉପରେ ବିଜେପି ଦେଶରେ ନୂଆ ଡ୍ରାମା ଆରମ୍ଭ କରିଦେଇଛି।
ଅସଦୁଦ୍ଦିନ ଓୱେସୀ- ସୋମବାର ମାମଲାରେ ପ୍ରତିକ୍ରିୟା ଦେଇ ଓୱେସୀ କହିଛନ୍ତି ଯେ ଆମେ ଜ୍ଞାନବାପୀ ମସ୍‌ଜିଦ୍‌କୁ ବାବ୍ରି ମସ୍‌ଜିଦ୍ ଭଳି ଅବସ୍ଥା ହେବାକୁ ଦେବୁ ନାହିଁ। ଯାହାକୁ ୩୦ ବର୍ଷ ତଳେ ଭାଙ୍ଗି ଦିଆଯାଇଥିଲା ଦେଶରେ ହିଜାବ, ଲଭ ଜିହାଦ ଭଳି ଘଟଣା କରି ଗଡେସ୍‌ଙ୍କର ଭକ୍ତମାନ ଦେଶରେ ମୁସଲମାନ ବିରୋଧରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।  

ad-week
Leave A Reply

Your email address will not be published.